Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସର୍ବ ସମ୍ମୁଖରେ ପୋଲିସ ରାଇଟର ଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିବା ଅଭିଯୋଗରେ ୩ କୋର୍ଟ ଚାଲାଣ

ଜମନକିରା : ଜମନକିରା ଥାନା ସଦର ମହକୁମା ମୁଖ୍ୟଛକ ସ୍ଥିତ ବସଷ୍ଟାଣ୍ଡରେ ସର୍ବ ସମ୍ମୁଖରେ ଜଣେ ପୋଲିସ ଅଧିକାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିବା ଅଭିଯୋଗରେ ଆଜି ପୋଲିସ ରାଧାକୃଷ୍ଣପଡ଼ା ର ସୁଶାନ୍ତ ପ୍ରଧାନ ଓରଫ କଇଣ୍ଟୁ, ଜଗନ୍ନାଥ ତଳିପଡ଼ାର ଲିଗନ ନାଏକ ଓରଫ ଗାମଲ ଏବଂ ସୁଜିତ ଜାମୁଡ଼ାଲିଆ ଓରଫ ଲାଲମୋହନ ପ୍ରମୁଖ ୩ ଜଣ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି। ତେବେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠେଇ ଥିବା ନେଇ ତଦନ୍ତ ଅଧିକାରୀ ଏସଆଇ ଦେବଜାନୀ ଛତର ପ୍ରକାଶ କରିଛନ୍ତି।
ସୂଚନା ଅନୁଯାଇ ଜମନକିରା ବସ ଷ୍ଟାଣ୍ଡରେ ୬/୭ ଜଣ ଅସାମାଜିକ ଯୁବକ ନିଶା ଶକ୍ତ ଅବସ୍ଥାରେ ପ୍ରତ୍ୟେକ ଦିନ ପ୍ରାୟ ସମୟରେ ବସଷ୍ଟାଣ୍ଡ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଲାପରେ ଲିପ୍ତ ରହିଥାନ୍ତି। ଏହି ବସଷ୍ଟାଣ୍ଡରେ ପ୍ରତ୍ୟହ ଶହ ଶହ ବସ ଯାତାୟାତ କରୁଥିବା ବେଳେ ଉକ୍ତ ଯୁବକ ମାନେ ଯାତ୍ରୀ ମାନଙ୍କୁ ଅଶ୍ଳୀଳ ଇଙ୍ଗିତ ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ହେଉଛି। ପ୍ରତୀକ୍ଷାଲୟ ରେ ଅପେକ୍ଷା କରୁଥିବା କଲେଜ ଛାତ୍ରୀ, ମହିଳା ଯାତ୍ରୀ ମାନଙ୍କୁ ମଧ୍ୟ ଅଶ୍ଳୀଳ ଇଙ୍ଗିତ କରୁଥିବା, ଅସଦାଚରଣ କରୁଥିବା ବେଳେ ଗତକାଲି ମଧ୍ୟ ଏଭଳି ଘଟଣା ଘଟି ଜଣେ ଥାନା କର୍ମଚାରୀ ଏଥିରେ ପ୍ରତିବାଦ କରିବାରୁ ତାଙ୍କୁ ଅଭିଯୁକ୍ତ ମାନେ ମାଡ଼ ମାରିଛନ୍ତି। ଗତକାଲିର ଘଟଣା, ଉପରୋକ୍ତ ୩ ଜଣ ଅସାମାଜିକ ଯୁବକ ମୁଖ୍ୟ ବସଷ୍ଟାଣ୍ଡ ଛକରେ ନିଶାସକ୍ତ ଅବସ୍ଥାରେ ସର୍ବ ସମ୍ମୁଖରେ ଅଶ୍ଳୀଳ ଭାଷାରେ ଲୋକଙ୍କୁ ଗାଳି ଗୁଲଜ କରୁଥିଲେ। ଏହା ଦେଖି ଜୈନେକ ଜମନକିରା ଥାନାରେ କାର୍ଯ୍ୟରତ ଥିବା ରାଇଟର ବିକ୍ରମ ସାହୁ ଉକ୍ତ ଯୁବକଙ୍କୁ ବୁଝାସୁଝା କରିଥିଲେ। ମାତ୍ର ନିଶାସକ୍ତ ଯୁବକ ମାନେ କିଛି ନଶୁଣି ପୋଲିସ ରାଇଟରଙ୍କ ସହ ପାଟି ତୁଣ୍ଡ କରିଥିଲେ। ଏଥିରେ ରାଇଟର ସେମାନଙ୍କୁ ତାଗିଦ କରିବାରୁ ସର୍ବ ସାଧାରଣଙ୍କ ସମ୍ମୁଖରେ ରାଇଟରଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ। ଏନେଇ ରାଇଟର ଲିଖିତ ଅଭିଯୋଗ କରିବା ପରେ ଆଜି ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠେଇ ଦେଇଛନ୍ତି। ଏନେଇ ପୋଲିସ ଜମନକିରା ଥାନା କେସ ନମ୍ୱର ୧୧୫/୨୩(୨୯୪/୩୪୧/୩୨୩/୧୮୬/୩୫୩/୫୦୬) ମାମଲାରେ ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଆଗକୁ ଅସାମାଜିକ ଯୁବକ ମାନଙ୍କୁ ସାବାଡ କରାଯିବ ବୋଲି ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।