Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାତକମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହର ନିକଟସ୍ଥ ସାତକମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ପୃଷେଠଙ୍କ ଆବାହକତ୍ୱରେ ଆୟୋଜିତ ହିନ୍ଦୀ ରଚନା, କୁଇଜ, ଗଳ୍ପ ଲିଖନ ପ୍ରତିଯୋଗିତାରେ ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏହି ସ୍କୁଲର ପୁରାତନ ଛାତ୍ର ସଂଘର ସଭାପତି ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ଅତିଥି ଭାବରେ ଯୋଗ ଦେଇ ବିଶ୍ୱରେ ହିନ୍ଦୀ ବହୁଳ କଥିତ ପ୍ରଥମ ପାଞ୍ଚୋଟି ଭାଷାରେ ଥିବା ବେଳେ ଦେଶରେ ସର୍ବାଧିକ କଥିତ ଭାଷା ଅଟେ ବୋଲି କହିଥିଲେ।ହିନ୍ଦୀ କୁ ରାଷ୍ଟ୍ରଭାଷା ଘୋଷଣା କରି ଜାତୀୟ ସଂହତି ରକ୍ଷା କରିବା ଉଚିତ ବୋଲି ସେ ମତ ପ୍ରଦାନ କରିଥିଲେ। କୃତି ପ୍ରତିଯୋଗୀ ସ୍ମିତା ପାରୁଆ, ମହିମା ସାହୁ, ପାର୍ବତୀ ଭଞ୍ଜ, ଜୁଲି ଦୀପ, ସ୍ନେହ ଜୟପୁରିଆ, ଖୁସବୁ ସାହୁ, ସୁପ୍ରଭା ଦେହୁରି, ରୋଷନି ପ୍ରଧାନ ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସହକାରୀ ଶିକ୍ଷକ ବୈଦ୍ୟ ଷଣ୍ଢ ଧନ୍ୟବାଦ ଅର୍ପଣ କରିଥିଲେ।