Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମରଣଯନ୍ତା ପାଲଟିଛି ୫୩ ନମ୍ବର ଜାତୀୟ ରାଜପଥ, ରାସ୍ତା ଗାଡ଼ରେ ପଡ଼ି ମହିଳା ମୃତ

ଜମନକିରା : ଜମନକିରା ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ୫୩ରେ ଗତ ୪ ତାରିଖରେ ରାସ୍ତା ଖାଲଖମା ଯୋଗୁଁ ଗନ୍ତାବ ଗାଁର ଜଣେ ମହିଳାଙ୍କ ଅକାଳରେ ବିୟୋଗ ଘଟିଥିଲା।
ସୂଚନା ଯୋଗ୍ୟ ଯେ, ଗନ୍ତାବ ଗାଁର କ୍ଷେତ୍ରବାସୀ ଭଇଁସା ତାଙ୍କ ମା’ଙ୍କୁ ନେଇ ଗ୍ଲେମର ବାଇକ ରେଜି. ନଂ ଓଡ଼ି ୧୫ ଏମ ୩୩୬୧ ଯୋଗେ କୁଚିଣ୍ଡା ପାଖ ଗାଁକୁ ଏକ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଯାଉଥିବା ବେଳେ ପିଠାମାରେନ ରାଜରାସ୍ତା ୫୩ ଏକ ଖାଲରେ ବାଇକ ପଡି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ବୁର୍ଲା ଡାକ୍ତରଖାନା ନେଇ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଗତକାଲି ମୃତ୍ୟୁ ଘଟିଥିଲା। ଏନେଇ କ୍ଷେତ୍ରବାସୀ ଭଇଁସା ଲିଖିତ ଅଭିଯୋଗ ପରେ ଜମନକିରା ଥାନାରେ କେସ ନ.୧୧୪/୩୦୪ ରେ ଏକ ମାମଲା ରୁଜୁ କରାଯାଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ରାଜରାସ୍ତା ୫୩ର ଶୋଚନୀୟ ଖରାପ ରାସ୍ତା ଯୋଗୁଁ ରାସ୍ତା ସାରା ଖାଲ ଖମାରେ ଭର୍ତ୍ତି ହୋଇ ରହିଛି। ଏଥି ଯୋଗୁଁ ବହୁ ଦୁର୍ଘଟଣା ଘଟୁଛି। ଦୁର୍ଘଟଣା ଯୋଗୁଁ ବହୁ ଗୁରୁତର ଆହତ ହେଉ ଥିବା ବେଳେ ଅନେକ ମୃତ୍ୟୁ ଘଟିଛି। ଗତ ବର୍ଷ ମଧ୍ୟରେ ୨୧ ଜଣଙ୍କର ମୃତ୍ୟୁ ଘଟିଲାଣି। ରାସ୍ତାରେ ପଡ଼ି ଚାଳକ ସହିତ ଜନ ସାଧାରଣ ଗୁରୁତର ହେବା ଏଠାରେ ନିତିଦିନିଆ ଘଟଣା ହୋଇଛି। ଏନ୍ଏଚ ୫୩ ରାସ୍ତାରେ ଗୌଡ଼ପାଲି ଠାରୁ ଜମନକିରା ପର୍ଯ୍ୟନ୍ତ ଦୀର୍ଘ ୨୨ କିମି ଦୂରତାରେ ବଡ଼ ବଡ଼ ଖାଲଖମାରେ ପୋତି ହୋଇପଡ଼ିଛି। ଏହି ରାସ୍ତାରେ ଦୁଇ ଚକିଆ ବାଇକ ଚଳାଇବା କଷ୍ଟସାଧ୍ୟ ହୋଇଛି। ରାତିରେ ବାଇକ ଚଳାଇ ଯାତାୟାତ କରିବା ମୃତ୍ୟୁକୁ ନିମନ୍ତ୍ରଣ କରିବା ସହିତ ସମାନ ହୋଇଛି। ରାସ୍ତା ଦୁର୍ଘଟଣାରେ ଜଣେ ପରେ ଜଣେ ମୃତ୍ୟୁ ବରଣ କରୁଥିଲେ ହେଁ ଏନ୍ଏଚଆଇ କର୍ତ୍ତୃପକ୍ଷଙ୍କ ସାମାନ୍ୟ ନଜର ପଡୁନାହିଁ। ୪ଚକିଆ ଯାନର ତଳ ପଟ ରାସ୍ତାରେ ପିଟି ହେଇ ଗାଡ଼ି ଖରାପ ହେଇ ଯାଉଛି। ରାସ୍ତାରେ ଗାଡ଼ି ଖରାପ ହେଇ ଯାଉଥିବା ବେଳେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିନକୁ ଦିନ ରାସ୍ତା ଅବସ୍ଥା ଆହୁରି ଖରାପ ହେଉଥିବା ବେଳେ ଖାଲଖମା ଗର୍ତ୍ତରେ କେବଳ କ୍ରସର୍ ଡ଼ଷ୍ଟ ପୋତି ମରାମତି କାର୍ଯ୍ୟ ସାରି ଦେଉଛନ୍ତି। ଦିନେ ଦୁଇ ଦିନ ଗଲା ପରେ କ୍ରସର ଡ଼ଷ୍ଟ ଉଠି ଯାଇ ଧୂଳିଧୂଆଁ ଉଡ଼ି ପଥଚାରୀଙ୍କୁ ଆହୁରି ଯନ୍ତ୍ରଣା ଦାୟକ ସାଜୁଛି। ଧୂଳିମଳି ଆଖିରେ ପଡ଼ି ଆଖି ଜଳିପୋଡ଼ି ଲାଲ ହୋଇଯାଉଛି। ଏନ୍ଏଚ ୫୩ ଗର୍ଭବତୀ ମହିଳାଙ୍କୁ ଦ୍ଵାପର ଯୁଗର କଂସର ଆକଟ ଭଳି ବାଟ ଓଗାଳୁଛି। ତେଣୁ ଏନଏଚ୍ଏଆଇ କର୍ତ୍ତୃପକ୍ଷ ଗୌଡ଼ପାଲି ଠାରୁ ଜମନକିରା ପର୍ଯ୍ୟନ୍ତ ଦୀର୍ଘ ମିଆଦି ସ୍ଥାୟୀ ମରାମତି କାର୍ଯ୍ଯ କରନ୍ତୁ। ନଚେତ ଜନ ଆନ୍ଦୋଳନ କରିବାକୁ ପଛାଇବେ ନାହିଁ।