Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷକ ମାନଙ୍କ ଆନ୍ଦୋଳନକୁ ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ର ସମର୍ଥନ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଗୋଷ୍ଟି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲୁଥିବା ଉତ୍କଳ ପ୍ରାଥମିକ ସ୍କୁଲ୍ ଫେଡେରେଶନର ତିନି ଦଫା ଦାବି ଆନ୍ଦୋଳନ କୁ ସମର୍ଥନ କରିଛି। କୁଚିଣ୍ଡା ବ୍ଲକ ଶାଖା ପକ୍ଷ ରୁ ହେଉଥିବା ରିଲେ ଗଣଧାରଣା ଆଜକୁ ପଞ୍ଚମ ଦିନରେ ପହଂଚିଛି। ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ସଭାପତି ତଥା ଶିକ୍ଷାବିତ ସୁବାସ ଚନ୍ଦ୍ର ନାୟକ ଓ ଉପ ସଭାପତି ରମେଶ ଚନ୍ଦ୍ର ପ୍ରଧାନ ଧାରଣାରେ ସାମିଲ ହୋଇ ଦାବି ପ୍ରତି ଦୃଢ଼ ସମର୍ଥନ ଜ୍ଞାପନ କରିଥିଲେ। ଧାରଣା ସ୍ଥଳରେ ଫେଡରେଶନ ର କୁଚିଣ୍ଡା ବ୍ଲକ ସଭାପତି ତଥା ରାଜ୍ୟ କମିଟି ସଭ୍ୟ ପ୍ରଶାନ୍ତ କୁମାର ଦାସଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଶିକ୍ଷାବିତ ଶ୍ରୀ ନାୟକ ଅଭିଭାଷଣ ମାଧ୍ୟମରେ ସମଗ୍ର ରାଜ୍ୟରେ ବର୍ତ୍ତମାନ ଦେଖାଯାଇଥିବା ଅଭୂତ ପୂର୍ବ ଶିକ୍ଷକ ଆନ୍ଦୋଳନ ପ୍ରତି ସରକାର କୋହଳ ମନୋଭାବ ପୋଷଣ କରି ଆଲୋଚନା ପାଇଁ ଡାକିବା ସହ ସମସ୍ତ ନ୍ୟାର୍ଯ୍ୟ ଦାବି ପୂରଣ କରନ୍ତୁ ,ନଚେତ୍ ନାଗରିକ ଶିକ୍ଷକ ମାନଙ୍କ ଆନ୍ଦୋଳନକୁ ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ର ସମର୍ଥନ
କୁଚିଣ୍ଡା:୧୫/୯:କୁଚିଣ୍ଡା ଗୋଷ୍ଟି ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉତ୍କଳ ପ୍ରାଥମିକ ସ୍କୁଲ୍ ଫେଡେରେଶନ ର ତିନି ଦଫା ଦାବି ଆନ୍ଦୋଳନ କୁ କୁଚିଣ୍ଡା ବ୍ଲକ ଶାଖା ପକ୍ଷ ରୁ ହେଉଥିବା ରିଲେ ଗଣଧାରଣା ଆଜକୁ ପଞ୍ଚମ ଦିନରେ ପହଂଚିଛି ।ଆଜି ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ଏହାର ସଭାପତି,ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ଓ ଉପ ସଭାପତି ରମେଶ ଚନ୍ଦ୍ର ପ୍ରଧାନ ଧାରଣାରେ ସାମିଲ ହୋଇ ଦାବି ପ୍ରତି ଦୃଢ଼ ସମର୍ଥନ ଜ୍ଞାପନ କରିଥିଲେ । ଧାରଣା ସ୍ଥଳରେ ଫେଡରେଶନ ର କୁଚିଣ୍ଡା ବ୍ଲକ ସଭାପତି ତଥା ରାଜ୍ୟ କମିଟି ସଭ୍ୟ ପ୍ରଶାନ୍ତ କୁମାର୍ ଦାସ ଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।ଏଥିରେ ଶିକ୍ଷାବିତ୍ ଶ୍ରୀ ନାୟକ ଭାଷଣ ଦେଇ ସମଗ୍ର ରାଜ୍ୟରେ ବର୍ତ୍ତମାନ ଦେଖାଯାଇଥିବା ଅଭୂତ ପୂର୍ବ ଶିକ୍ଷକ ଆନ୍ଦୋଳନ ପ୍ରତି ସରକାର କୋହଳ ମନୋଭାବ ପୋଷଣ କରି ଆଲୋଚନା ପାଇଁ ଡାକିବା ସହ ସମସ୍ତ ନ୍ୟାର୍ଯ୍ୟ ଦାବି ପୂରଣ କରନ୍ତୁ, ନଚେତ ନାଗରିକ ସମାଜ ଓ ଅଭିଭାବକ ଆନ୍ଦୋଳନ ସହ ସାମିଲ ହେବେ ବୋଲି ଚେତାବନୀ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂପାଦିକା କଲ୍ୟାଣୀ ପଟେଲ, ସଞ୍ଜୟ ନାଗ, ହରେଶ ପଟେଲ, ନବୀନ ସାହୁ, ସତ୍ୟ ନାରାୟଣ ପଟେଲ, ପ୍ରକାଶ ପଟେଲ, ଅନିଲ ନାୟକ, ଯୋଗେନ୍ଦ୍ର ନାୟକ, କୋଶଳେଶ୍ୱର ଖର୍ସେଲ, ଶ୍ରୀକାନ୍ତ ନାୟକ, ବାନେଶ୍ୱର ପଧାନ ପ୍ରମୁଖ ଧାରଣା ର ନେତୃତ୍ୱ ନେଇଥିବା ବେଳେ ଗୀତି କବି ସଞ୍ଜୟ ନାଗ ଦାବି ସପକ୍ଷରେ ଧାରଣା ସ୍ଥଳରେ ସଚେତନତା ମୂଳକ ଗୀତ ଗାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଜି ବିଶ୍ୱ ଗଣତନ୍ତ୍ର ଦିବସ ହୋଇ ଥିବାରୁ ଲୋକ ପ୍ରତିନିଧି ଗଣ ରାଜ୍ୟ ଶାସନ କୁ ପ୍ରଶାସନ ହାତରେ ସଂପୂର୍ଣ୍ଣ ଛାଡ଼ି ନ ଦେଇ ଲୋକଙ୍କ ଅସଲ ସମସ୍ୟା ପ୍ରାଥମିକ ଶିକ୍ଷା କୁ ସୁଦୃଢ କରିବାକୁ ଠିକା ପ୍ରଥାର ଉଚ୍ଛେଦ ସମେତ ସମଗ୍ର ତିନୋଟି ଦାବି କୁ ପୁରଣ କରିବାପାଇଁ ପରିଷଦର ସଭାପତି ଶ୍ରୀ ନାୟକ ଦାବି ଜଣାଇଛନ୍ତି। ଅଭିଭାବକ ଆନ୍ଦୋଳନ ସହ ସାମିଲ ହେବେ ବୋଲି ଚେତାବନୀ ଦେଇଥିଲେ।