Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୂର ଅନ୍ବେଷା ହଷ୍ଟେଲ ରେ ପ୍ୟାରେଣ୍ଟ ପାର୍ଟନର ବୈଠକ.

ଲକ୍ଷ୍ମୀପୁର ୨୨.୦୯ … ଲକ୍ଷ୍ମୀପୁରସ୍ଥିତ ଅନ୍ବେଷା ହଷ୍ଟେଲ ପ୍ରାଙ୍ଗଣରେ ଓଡିଶା ସରକାରଙ୍କ ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗ ଦ୍ଵାରା ପ୍ରାୟୋଜିତ ପ୍ୟାରେଣ୍ଟ ଆଜ୍ ପାର୍ଟନର  ସଭା କାର୍ଯ୍ୟକ୍ରମ ଅନ୍ବେଷା ହଷ୍ଟେଲର ସୁପରିଟେଣ୍ଡେଣ୍ଟ ଇନ୍ଦୁମତୀ କର୍କରା ଙ୍କ  ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାକୁ ପ୍ରଦୀପ ପ୍ରଜ୍ବଳନ କରି ଓଡିଶା ସରକାରଙ୍କ ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗ ଆଡିସନାଲ ସେକ୍ରେଟେରୀ  ସୁଜାତା ମିଶ୍ର ଉଦଘାଟନ କରି ସରକାରଙ୍କ ଏହି କାର୍ଯ୍ୟକ୍ରମରେ ସବୁ ଅଭିଭାବକ ସାମିଲ ହେବାକୁ ଆହ୍ଵାନ ଦେଇଥିଲେ। ଏହି ଅବସରରେ  ଜିଲ୍ଲା ବିଜେଡ଼ି ସଭାପତି ଝିନ ହିକକା,ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ  କୈଳାସ କୁଳେସିକା ଉପସ୍ଥିତ ହୋଇ ସେମାନଙ୍କ ଭାଷଣରେ ଅନ୍ବେଷା ହଷ୍ଟେଲ ର ମହତ୍ତ୍ୱ ଉପରେ କହିଥିଲେ। ସ୍ତାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ  ପ୍ରୀତି ରଞ୍ଜନ ରଥ, ପିଏ ଆଇଟି ଡ଼ିଏ ସୌମ୍ୟ ସାର୍ଥକ ମିଶ୍ର ,ଏଡି ଡ଼ ବ୍ଲୁ ଓ ଅର୍ଜୁନ ନାୟକ, ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ବେହେରା ,  ନୋଡାଲ ଅଫିସର  ଅନିଲ କୁମାର ସେଠୀ,ଡବ୍ୟ ଲୁଓ ଭାବତୋଷ ସ୍ଵାଇଁ  , ଅଂଶୁମାନ ବେହେରା ବିଏସ୍ଏସ୍ଓ , ସିନାଇ ସ୍କୁଲ ପ୍ରିନ୍ସିପାଲ କୁବେର ପରିଛା , ସିଦ୍ଧେଶ୍ଵରୀ ସ୍କୁଲ ପ୍ରିନ୍ସିପାଲ ସସ୍ମିତା ବିଶ୍ୱାଳ ,  ଆଇଇଏମ୍  ସ୍କୁଲ ପ୍ରିନ୍ସିପାଲ ସେବକ ବାଘ ,  ଅବସରପ୍ରାପ୍ତ ଶିକ୍ଷାବିତ୍  ବଳଭଦ୍ର ଖରା, ମାଥିଉ ଗରଡା, ମହାଦେବ ଶତପଥୀ, ସୀମାଞ୍ଚଳ ଗରଡା ଉପସ୍ଥିତ ରହି ସେମାନଙ୍କ ଅଭିଭାଷଣ ରଖିଥିଲେ।ଅନ୍ବେଷା ହଷ୍ଟେଲର ମାଟ୍ରନ୍ ଏବଂ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଦୁର୍ଗା ପ୍ରସାଦ ହୋତା ପରିଚାଳନା କରିଥିଲେ। ଏହା ବ୍ୟତୀତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍ଵେଚ୍ଛାସେବ ଶ୍ରୀବତ୍ସ ଖରା  ସମ୍ପୂର୍ଣ୍ଣ ସହାୟତା କରିଥିବା ବେଳେ ଛାତ୍ର ଛାତ୍ରୀ ଙ୍କ ଅଭିଭାବକ ଓ ଅଭିଭାବିକା ଯୋଗାଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ