Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେବଗଡ ମହାବିଦ୍ୟାଳୟରେ ଜାତୀୟ ସେବା ଦିବସ ପାଳନ

ଦେବଗଡ଼ ରବିବାର ଦିବା ୧୦ ଘଟିକା ସମୟରେ ଦେବଗଡ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଜାତୀୟ ସେବା ଯୋଜନାର ୫୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।ଏନଏସଏସର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାଶଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଅଧ୍ୟକ୍ଷ ବିକ୍ରମ କେଶରୀ ନାଏକ ସଭାପତିତ୍ବ କରିଥିଲେ। ମୂଖ୍ଯ ଅତିଥି ରୂପେ ଦେବଗଡ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଭ୍ଯ କୁମୁଦଚନ୍ଦ୍ର ଶତପଥୀ ତଥା ସମ୍ମାନୀତ ଅତିଥି ଭାବେ ଓଡିଆ ବିଭାଗ ମୂଖ୍ଯ ଡକ୍ଟର ସୁରେନ୍ଦ୍ର କୁମାର ଦାସ ଯୋଗ ଦେଇଥିଲେ।ସ୍ବେଚ୍ଛାସେବୀ ଛାତ୍ରୀ ପ୍ରିୟଦର୍ଶନୀ କର ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇ ଥିବା ବେଳେ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ।ଶ୍ରୀଯୁକ୍ତ ଶତପଥୀ ଏନଏସଏସ ର ମହତ୍ବ ଏବଂ ଲକ୍ଷ୍ଯ ବିଷୟରେ ସ୍ବେଚ୍ଛା ସେବୀମାନଙ୍କୁ ଅବଗତ କରାଇବା ସହିତ ଦଳଗତ ଆଲୋଚନା ମାଧ୍ୟମରେ ଉଦାହରଣ ପ୍ରସ୍ତୁତ କରି ତାଲିମ ପ୍ରଦାନ କରିଥିଲେ। ଏଥିରେ ଗାଁର ବିକାଶରେ ପଞ୍ଚାୟତ ଓ ଆମର ଭୂମିକା, ଜାଣିଲେ ଜିଣିବା ଏବଂ ଏନଏସଏସ କିଭଳି ଛାତ୍ରଛାତ୍ରୀଙ୍କ ବ୍ଯକ୍ତିତ୍ବ ବିକାଶ, ଚାରିତ୍ରିକ ମୂଲ୍ଯବୋଧ ବୃଦ୍ଧି ତଥା ରାଷ୍ଟ୍ରର ସେବା ନିମିତ୍ତ ଚେତନା ସୃଷ୍ଟି କରିଥାଏ ସେ ବିଷୟରେ ଆଲୋକପାତ କରିଥିଲେ। ପରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକଗଣ ଯୋଗ ଦେଇ ଥିଲେ।