Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅକ୍ଟୋବର ୩ରୁ ଅହୋରାତ୍ର ଧାରଣାରେ ବସିବେ ଅଙ୍ଗନବାଡି କର୍ମୀ

ସମ୍ବଲପୁର-୨୪/୦୯ (ରମାକାନ୍ତ ବିଶ୍ୱାଳ) ଅକ୍ଟୋବର ୩ରୁ ଅହୋରାତ୍ର ଧାରଣାରେ ବସିବେ ଅଙ୍ଗନବାଡି କର୍ମୀ ସେଥି ପାଇଁ ସମ୍ବଲପୁରରେ ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଧାରଣାରେ
ପଶ୍ଚିମ ଓଡିଶାରୁ ୧୦ ହଜାରରୁ ଉର୍ଦ୍ଧ୍ବ କର୍ମୀ ଯୋଗ ଦେବେ ସମ୍ବଲପୁର ଅଙ୍ଗନବାଡି କର୍ମୀ ତୃଣମୂଳ ସ୍ତରରେ ସରକାରଙ୍କ ସମସ୍ତ ଯୋଜନା କୁ ସହେ ଶତକଡା କାର୍ଯ୍ୟକାରୀ କରିଆସୁଥିବା ବେଳେ ସେମାନଂକୁ ବଞ୍ଚିବା ଭଲି ଭତ୍ତା କିମ୍ବା ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆ ଯାଉ ନ ଥିବା ଯୋଗୁଁ ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ସହିତ ଅନ୍ୟ ଗୁଡ଼ାଏ ସଂଘ ମିଶି ଅଙ୍ଗନବାଡି କର୍ମଚାରୀ ସଂଘ ସଂଯୁକ୍ତ ମୋର୍ଚ୍ଚା ନେତୃତ୍ବରେ ଭୁବନେଶ୍ବର ଠାରେ ୩ ଅକ୍ଟୋବର ରୁ ଅହୋରାତ୍ର ଧାରଣା ଦେବାକୁ ନିଷ୍ପତ୍ତି ହୋଇଥିବା ପଶ୍ଚିମ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ସୁଚନା ଦିଆଯାଇଛି l ଆଜି ସମ୍ବଲପୁର ଧନୁପାଳି ଠାରେ ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘର ଜିଲ୍ଲା ସଭାନେତ୍ରୀ ଦିଶିଲା ଧୁରୁଆ ,କେନ୍ଦ୍ରୀୟ ସାଧାରଣ ସମ୍ପାଦକ ପ୍ରଭାସିନୀ ପାଢୀ ଙ୍କ ମାର୍ଗ ଦର୍ଶନ ରେ ଜିଲ୍ଲା କାର୍ଯ୍ଯକାରୀ ସଭାନେତ୍ରୀ ସଂଘମିତ୍ରା ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି l ସମ୍ପାଦକ ପ୍ରମିଳା ସିଂହ ପରିଚାଳନା କରି ଭୁବନେଶ୍ବର କାର୍ଯ୍ୟକ୍ରମ କୁ ସଫଳ କରିବା ସହିତ ସଂଗଠନ କୁ ମଜବୁତ୍ କରିବା ପାଇଁ ଆହ୍ଵାନ ଦେଇଥିଲେ l କର୍ମୀଙ୍କ ଦରମା ବୃଦ୍ଧି,ଶ୍ରମିକର ମାନ୍ୟତା ଦେବା, ପେନସନ୍ ରାଶି ୫ ହଜାର ଏବଂ ଅବସର କାଳୀନ ସହାୟତା ୫ ଲକ୍ଷ୍ୟ ଦେବା,ଏସ୍ ଏନ୍ ପି ମୂଲ୍ୟ ବୃଦ୍ଧି କରିବା ,ଗାଆଁ କଲ୍ଯାଣ ସମିତି ରୁ କର୍ମୀଙ୍କୁ ବାଦ ଦେବା ,୧୦୦ ଶତକଡା ପଦୋନ୍ନତି ଦେବା, ଅଣ୍ଡା ଦର ବୃଦ୍ଧି, ସୋସିଆଲ ଅଡିଟ ବନ୍ଦ କରିବା ପ୍ରଭୃତି ବିଭିନ୍ନ୍ ଦାବି ଗୁଡିକକୁ ସମାଧାନ ସକାଶେ ଦାବି କରାଯିବ l ୩ ତାରିଖ ରେ ହେବାକୁ ଥିବା ଅହୋରାତ୍ର ଧାରଣା ରେ ପଶ୍ଚିମ ଓଡିଶାରୁ ୧୦ ହଜାରରୁ ଅଙ୍ଗନବାଡି କର୍ମୀ ଓ ସହାୟିକା ଉପସ୍ଥିତ ରହିବେ l ମମତା ଶତପଥି,ଶୁଭ୍ରା ମିଶ୍ର ,ଯଶୋବନ୍ତୀ ବେହେରା ,ତୁଳସୀ ଭୋଇ, ସୌଦାମିନୀ ପାଣ୍ଡେ, ରୀତା ରାଣୀ ପତି, ସଂଯୁକ୍ତା ଦେବତା, ସାବିତ୍ରୀ ପୁରୋହିତ, ସଂଯୁକ୍ତା ଜେନା, ଜୟନ୍ତୀ ପ୍ରଧାନ, ସତ୍ୟବତୀ ପ୍ରଧାନ, ନମିତା ସାହୁ ସହିତ ସମସ୍ତ ବ୍ଲକ ରୁ ବହୁ ସଂଖ୍ଯାରେ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ l ଆଜି ବରଗଡ଼ ରେ ଜିଲ୍ଲା ସଭାନେତ୍ରୀ ରୁକ୍ମିଣୀ ଜୁଆଡି,ଦେବଗଡ଼ ରେ ଜିଲ୍ଲା ସଭାନେତ୍ରୀ ମୀରା ଦଳ ବେହେରା, ସୋନପୁର ରେ ସଭାନେତ୍ରୀ ଲିଲି ମିଶ୍ର, ବଲାଙ୍ଗୀର ରେ ସଭାନେତ୍ରୀ ମମତା ଶତପଥି, ଝାରସୁଗୁଡ଼ା ଜିଲ୍ଲା ସଭାନେତ୍ରୀ ରୁବୀ ଷଡଙ୍ଗୀ, ବଉଦ ଜିଲ୍ଲା ରେ ସଭାନେତ୍ରୀ କ୍ଷିତି ସୁତା ମିଶ୍ର ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ସଭା ମାନ ଅନୁଷ୍ଠିତ ହୋଇଯାଇଛି l ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ଯୁଗ୍ମ ଆବାହକ ବାଳକୃଷ୍ଣ ଭୋଇ,ଶ୍ୟାମ ସୁନ୍ଦର ସାହୁ, ମହେନ୍ଦ୍ର ଦର୍ଜି ବିଭିନ୍ନ ଜିଲ୍ଲା ସଭା ରେ ଉପସ୍ଥିତ ଥିଲେ ପ୍ରମିଳା ସିଂହ, ଜିଲ୍ଲା ସମ୍ପାଦକ।