Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ସମୀକ୍ଷା ବୈଠକ

ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ଡକ୍ଟର ସୁରେଶ ଚନ୍ଦ୍ର ଦଳେଇ ମଙ୍ଗଳବାର ଦେବଗଡ ଗ୍ରସ୍ତରେ ଆସି ଜିଲ୍ଲାପାଳଙ୍କ କକ୍ଷରେ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସମୀକ୍ଷା କରିବା ସହ ପ୍ରକଳ୍ପ ସମ୍ପର୍କରେ ଅଧିକାରୀ ମାନଙ୍କୁ ପଚାରି ବୁଝିଥିଲେ । ଏହି ବୈଠକରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, କାର୍ଯ୍ଯ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ଡେପୁଟି କଲେକ୍ଟର ରୁବି ବେହେରା, ଲୀଳାବତୀ ନାୟକ, ସହକାରୀ କଲେକ୍ଟର ସୁଶାନ୍ତ ନାଏକ, ତହସିଲଦାର ଏଜେଲିନ୍ ବାରା, ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା, ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାଏକ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ । ସମୀକ୍ଷା ବୈଠକରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡକ୍ଟର ଦଳେଇ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ, ଜିଲ୍ଲା ରାଜସ୍ୱ ଆଦାୟ ଓ ରାଜସ୍ବ ବିଭାଗ ପକ୍ଷରୁ ଲୋକମାନଙ୍କୁ ଉପଲବ୍ଧ ଉପଲବ୍ଧ କରାଯାଉଥିବା ବିଭିନ୍ନ ଯୋଜନା ଗୁଡ଼ିକର ସମୀକ୍ଷା କରି ସମାୟାନୁଯାଇ ଏହି ସୁବିଧା ଗୁଡିକ ଲୋକମାନଙ୍କୁ ଯୋଗାଇ ଦେବାପାଇଁ ପରାମର୍ଶ ଦେଇଥିଲେ । ଲୋକାଭିମୁଖୀ ଯୋଜନା ଗୁଡ଼ିକର ସଫଳ ରୁପାୟନରେ ପ୍ରଶାସନିକ ଏବଂ ବିଭାଗୀୟ ଅଧିକାରୀମାନେ ଆନ୍ତରିକତା ସହ ନିଜର ଦାଇତ୍ୱ ସମ୍ପାଦନା କରିବାକୁ ଡକ୍ଟର ଦଳେଇ ଗୁରୁତ୍ଵ ଦେଇଥିଲେ । ଅପରାହ୍ନରେ ଅନ୍ୱେଷା ଛାତ୍ରାବାସ ଓ ତିଲେଇବଣୀର ମିଶନ ଶକ୍ତି କାଫେ ପରିଦର୍ଶନ କରିବାକୁ ଯାଇଥିଲେ ।