Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ନାଟ୍ୟ ସଂଘ ପ୍ରତିଷ୍ଠା ଦିବସ ପାଳିତ

ଦେବଗଡ଼: ସ୍ଥାନୀୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟ ପରିସରରେ ଆଜି ଅଗ୍ରଣୀ ନାଟ୍ୟ।ନୁଷ୍ଠାନ ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ ପକ୍ଷରୁ ଓଡ଼ିଶା ନାଟ୍ୟ ସଂଘ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବରିଷ୍ଠ ନାଟ୍ୟକାର ମାର୍କଣ୍ଡେଶ୍ୱର ଶତପଥୀ ମୁଖ୍ୟଅତିଥି, ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ ସଭାପତି ଅଶୋକ ନନ୍ଦ ଓ ସମ୍ପାଦକ ସୁଜିତ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଓଡିଶା ନାଟ୍ୟ ସଂଘର ପତାକା କୁ ଉତ୍ତୋଳନ କରିଥିଲେ।ଏହାପରେ ‘ଦର୍ଶକ ଓ ନାଟକ’ ସଂପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏସଂପର୍କରେ ମୁଖ୍ୟଅତିଥି ଶ୍ରୀ ଶତପଥି, ସଭାପତି ଶ୍ରୀ ନନ୍ଦ, ସଂପାଦକ ଶ୍ରୀ ପାତ୍ର ,ହେମନ୍ତ ମହାପାତ୍ର, ନିରଞ୍ଜନ ଦ୍ବିବେଦୀ, ରାମଚନ୍ଦ୍ର ମହାପାତ୍ର,ଅଧ୍ୟାପକ ଚିତ୍ତରଞ୍ଜନ ଦାସ,ଅଧ୍ୟାପକ ସୁନିଲ ଦାଶ, ଦିଲ୍ଲିପ ଦେବ,କଳାକାର ରାକେଶ ଶତପଥୀ, ଶ୍ରବଣ ନାଏକ ପ୍ରମୁଖ ଯୋଗ ଦେଇ ଉକ୍ତ ବିଷୟବସ୍ତୁ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଜାଗରଣ ଅନୁଷ୍ଠାନର ଉପସଭାପତି ପ୍ରକାଶ ଦେବତା, ଅମ୍ଳାନସୁ ପୁଜାରୀ, ଶୁଭମ ମହାକୁଳ,ଅଙ୍କୁର ରଞ୍ଜନ ସ୍ୱାଇଁ,ଶିବାଶିଷ ଝାଙ୍କର, ବିଷ୍ଣୁପ୍ରିୟା ଗଡତିଆ, ଜୁଲି ଷଣ୍ଢ ପ୍ରମୁଖ ସହଯୋଗ କରିଥିଲେ।