ଦେବଗଡ଼: ଗତ ଜୁଲାଇ ମାସରୁ ନିଖୋଜ ଥିବା ବ।ରକୋଟ ବ୍ଲକର ଦୁଇ ଜଣ ନାବାଳିକାଙ୍କୁ ଗୁଜରାଟର କୁଛ ଜିଲ୍ଲାର ଭୁଜ ସହରରୁ ଉଦ୍ଧାର କରିବା ସହିତ ସେମାନଙ୍କୁ ନିଜ ଜିଲ୍ଲାକୁ ଫେରାଇ ଆଣିପାରିଛି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ । ପ୍ରାପ୍ତ ସୂଚନା ଅନୁଯାୟୀ , ଗତ ଜୁଲାଇ ମାସରେ ଦୁଇ ନାବାଳିକା ନିରୁଦ୍ଧିଷ୍ଟ ହେବାପରେ ସେମାନଙ୍କ ପରିବାରବର୍ଗ ଅନେକ ଖୋଜଖୋଜି କରି ହତାଶ ହୋଇ ପଡିଥିଲେ । ଗତ ଅଗଷ୍ଟ ୬ ତାରିଖ ଦିନ ଉଭୟ ନାବାଳିକାଙ୍କ ପରିବାରବର୍ଗ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କୁ ଲିଖିତ ଭାବେ ନାବାଳିକା ଝିଅଙ୍କ ନିଖୋଜ ସମ୍ପର୍କରେ ଜଣାଇ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ । ଅଭିଯୋଗ ପାଇବା ପରେ ଡିସିପିଓ ଶ୍ରୀ ମହାପାତ୍ର , ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ଵାଇଁ , ଦେବରଞ୍ଜନ ପ୍ରଧାନ ଓ ଜିତ। ସ୍ଵେଚ୍ଛାସେବି ଅନୁଷ୍ଠାନର ସଂଯୋଜକ ରୂପେଶ ବେହେରା ନାବାଳିକାଙ୍କ ଗ୍ରାମକୁ ଯାଇ ଘଟଣା ତଦନ୍ତ କରିଥିଲେ । ବ।ରକୋଟ ବ୍ଲକର କାଳିଆପାଳ ପଞ୍ଚାୟତର ଗୋବର୍ଦ୍ଧନ ମହାନ୍ତ ନାମକ ଜଣେ ବ୍ୟକ୍ତି ଓ ତା ସ୍ତ୍ରୀ ଗୁଜରାଟର କୁଛ ଜିଲ୍ଲାରେ ଏକ ଘରୋଇ ସ୍କୁଲରେ ଅଣଶିକ୍ଷକ ଭାବେ କ।ମ କରନ୍ତି । ସେମାନେ ଗତ ଖରା ଛୁଟି ବେଳେ ନିଜ ଗ୍ରାମକୁ ଆସିଥିଲେ ଓ ସେହି ଗ୍ରାମର ନାବାଳିକା ଘରକୁ ବୁଲିଆସିଥିବା ବେଳେ ଜାଣିବାକୁ ପାଇଲେ ନାବାଳିକାର ଦେହ ପ୍ରାୟ ଖରାପ ରହେ । ଏହାର ସୁଯୋଗନେଇ ଗୋବର୍ଦ୍ଧନ ଓ ତାଙ୍କ ତ୍ସୀ ଉକ୍ତ ନାବାଳିକାର ପରିବାର ବର୍ଗଙ୍କୁ ପ୍ରସ୍ତାବ ଦେଇଥିଲେ କି ଝିଅକୁ ଆମ ସହ ଛାଡି ଦିଅ , ଆମେ ଭଲ ଡାକ୍ତରକୁ ଦେଖାଇ ତାକୁ ଚିକିତ୍ସା କରିବା ପରେ ତାକୁ ବିବାହ କରାଇବୁ ବୋଲି କହିଥିଲେ । ନିଜ ମୁଣ୍ଡରୁ ବୋଝ ହଟେଇବାକୁ ନାବାଳିକାର ବାପା ତାଙ୍କ ପ୍ରସ୍ତାବରେ ରାଜି ହୋଇ ଝିଅକୁ ଛାଡି ଦେଇଥିଲେ । ଗୋବର୍ଦ୍ଧନ ଓ ତାଙ୍କ ସ୍ତ୍ରୀ ଉକ୍ତ ନାବାଳିକାକୁ ନେଇ ଗୁଜରାଟ ଚାଲି ଯାଇଥିଲେ । ପୁଣି ଆଉ ଜଣେ ନାବାଳିକାର ଅସହାୟତାର ସଂପର୍କରେ ଉଭୟ ଦଂପତ୍ତି ସୂଚନାପାଇ ଥିଲେ । ଗୋବର୍ଦ୍ଧନ ୧୫ ଦିନ ପରେ ପୁଣି ତାଙ୍କ ଗ୍ରାମକୁ ଫେରିଥିଲେ । ଏହାପରେ ନିଜ ପୁରୁଷ ବନ୍ଧୁଠାରୁ ପ୍ରେମରେ ପ୍ରତାରିତ ହୋଇ ଆତ୍ମହତ୍ୟାରେ ବିଫଳ ହୋଇଥିବା ମାନସିକ ସ୍ତରରେ ଦୁର୍ବଳ ହୋଇପଡିଥିବା ବାରକୋଟ ବ୍ଲକର ବମପରଡା ପଂଚାୟତର ଜଣେ ନାବାଳିକା ଘରେ ପହଞ୍ଚି ପରିବାର ବର୍ଗଙ୍କୁ ଝିଅ ପାଇଁ କ।ମ ଖୋଜିଦେବା ପାଇଁ କହି ସାଙ୍ଗରେ ଛାଡିବାକୁ ପ୍ରଲୋଭିତ କରିଥିଲା । ନୂଆ କ।ମରେ ମନ ଦେଲେ ନିଜ ପୁରୁଣା ଇତିହାସ ଭୁଲି ଯିବ ଭାବେ ନାବାଳିକାର ବାପାମା ଗୋବର୍ଦ୍ଧନର କଥାରେ ରାଜି ହୋଇ ତାକୁ ଛାଡି ଦେଇଥିଲେ । କିଛି ଦିନ ପରେ ଗୋବର୍ଦ୍ଧନ ଚତୁରତାରେ ସହ ନିଜ ଫୋନ ନମ୍ବର ବଦଳେଇ ଦେଇଥିଲା । ଗୁଜରାଟରେ ନିଜ ସ୍ତ୍ରୀ ସହ ମିଶି ଦୁଇ ନାବାଳିକାଙ୍କୁ ଘର କ।ମରେ ନିୟୋଜିତ କରିବା ସହିତ କଥା ନ ମ।ନିଲେ ମ।ଡଗାଳି ସାଙ୍ଗକୁ ସେମାନଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିଲା । ଉଭୟ ନାବାଳିକାର ପରିବାର ବର୍ଗଙ୍କ ଠାରୁ ଅଭିଯୋଗ ପାଇବା ପରେ , ତଦନ୍ତ ରିପୋର୍ଟ ଅନୁଯାୟୀ ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର ଗୁଜରାଟର କୁଛ ଜିଲ୍ଲାର ଡିସିପିଓଙ୍କ ସହିତ ଯୋଗାଯୋଗ କରି ଗୁଜୁରାଟ ପୁଲିସ ସହାୟତାରେ ଗୋବର୍ଦ୍ଧନ ଘରୁ ଦୁଇ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । ଗୋବର୍ଦ୍ଧନକୁ କୁଛ ପୁଲିସ ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଆଜି ଗୁଜରାଟ ପୁଲିସର ମହିଳା ଅଧିକାରୀ ମୋଣ୍ଟିବେନ ଚୌଦୁରୀ ଓ ଭିମ୍ପ।ଲବେନ ଦେଢୁ ୨ନାବାଳିକାଙ୍କୁ ଦେବଗଡକୁ ଆଣି ପରିବାର ବର୍ଗଙ୍କ ଉପସ୍ଥିତିରେ ଶିଶୁ ମଙ୍ଗଳ ସମିତିକୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ହସ୍ତାନ୍ତର କରିଥିବା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ସୁତ୍ରରୁ ପ୍ରକାଶ ।
ଗୁଜୁରାଟରୁ ୨ ନାବାଳିକାକୁ ଉଦ୍ଧାର କଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ
