Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେବଗଡ଼ ଠାରେ ଜିଲ୍ଲା ସ୍ତରୀୟ ଗାନ୍ଧିଜୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଆଜି ସ୍ଥାନୀୟ ସେଣ୍ଟର ଫର କଲଚର ଠାରେ ଜିଲ୍ଲା ସ୍ତରୀୟ ଗାନ୍ଧି ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଧର୍ମାନନ୍ଦ ବେହେରା ଯୋଗଦେଇ ଗାନ୍ଧିଜୀଙ୍କ ସତ୍ୟ ଅହିଂସା ଅସ୍ପୃଶ୍ୟତା ଆଦି ମହତ ବାଣୀ ଉପରେ ଆଲୋକପାତ କରିବା ସହ ତାଙ୍କର ସରଳ ଜୀବନ ଯାପନ ଓ ଉଚ୍ଚ ମୂଲ୍ୟ ଭିତ୍ତିକ ଚିନ୍ତା ଧାରା ଅନୁପ୍ରାଣିତ ହେବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ବୈଠକରେ ବରଣ୍ୟ ଅତିଥି ପୌରପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରି ଦେଈ, ଆଇନଜୀବୀ ଦିଲ୍ଲୀପ ଗୁରୁ, ମନୋଜ ପାଢ଼ୀ, ବରିଷ୍ଠ ନାଗରିକ ପ୍ରଫୁଲ୍ଲ ମହାପାତ୍ର, ମାର୍କଣ୍ଡେଶ୍ଵର ଶତପଥୀ, ହେମନ୍ତ ମହାପାତ୍ର, ରାମଚନ୍ଦ୍ର ମହାପାତ୍ର, ନିରଞ୍ଜନ ଦ୍ବିବେଦୀ, ଯୋଗେଶ ଦଳବେହେରା, ରାମଚନ୍ଦ୍ର ପ୍ରଧାନ, ଚିତ୍ତରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ଗାନ୍ଧି ଓ ଶାସ୍ତ୍ରୀ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହା ପରେ ପରେ ଗାନ୍ଧିଜୀଙ୍କ ପ୍ରିୟ ଭଜନ ପରିବେଷଣ କରାଯାଇଥିଲା । ଏହା ପରେ ଏକ ସର୍ବଧର୍ମ ପ୍ରାର୍ଥନା ହିନ୍ଦୁ ଧର୍ମ ପକ୍ଷରୁ ମିତ୍ରଭାନୁ ମହାପାତ୍ର, ଇସଲାମ ଧର୍ମ ପକ୍ଷରୁ ମହମ୍ମଦ କାସିମ୍ ରାଜା ଓ ଖ୍ରୀଷ୍ଟ ଧର୍ମ ପକ୍ଷରୁ ଫାଦର ଜୁଗଳ କିଶୋର ହୋରୋ ତିନି ଧର୍ମ ର ଧର୍ମ ଯାଜକ ଗୀତା, କୋରାନ ଓ ବାଇବେଲ ପାଠ କରିଥିଲେ । ଏହି ଅବସରରେ ଗାନ୍ଧି ଜୟନ୍ତୀ ଉପଲକ୍ଷେ ପୂର୍ବରୁ ଆୟୋଜିତ ହୋଇଥିବା ଜିଲ୍ଲା ସ୍ତରରେ ଓଡ଼ିଆ ବକ୍ତୃତା, ଓଡିଆ ପ୍ରବନ୍ଧ, ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ପ୍ରାରମ୍ଭିକ ସୂଚନା ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।