Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଶାର୍ଦ୍ଧ ରେ ନିଶା ମହାରଣାଙ୍କୁ ଦେଖିବା ପାଇଁ ଦର୍ଶକ ବି ନିଶାରେ …

ଏମିତି କିଛି ରୋଚକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କିଶୋରନଗର ବରପଡ଼ିଆରେ । 3 ତାରିଖ ମଙ୍ଗଳବାର ଅର୍ଥାତ୍ ଶେଷଦିନ ଅପେରା ସାଇ ସମ୍ରାଟ ଯାତ୍ରା ପାର୍ଟି ମୁଖ୍ୟ ଆକର୍ଷଣ ଥିଲେ ଅଭିନେତ୍ରୀ ନିଶା ମହାରଣା। ଯାତ୍ରା ପରିବେଷଣ ପାଇଁ ଖଚାଖଚ ଭିଡ଼ ଦେଖିବାକୁ ମିଳିଥିଲା, ନିଶାଙ୍କୁ ଷ୍ଟେଜରେ ଦେଖିବା ପାଇଁ ବି ମତୁଆଲା ଥିଲେ ଦର୍ଶକ।କିନ୍ତୁ ହଠାତ୍ ଆରମ୍ଭ ହେଲା ଏକ ଅପ୍ରୀତିକର ପରିସ୍ଥିତି। କେହି କିଛି ବୁଝିବା ପୂର୍ବରୁ ଷ୍ଟେଜ ଉପରକୁ ପାଣି ବୋତଲ, ଓ ଚେୟାର ଫିଙ୍ଗିବା ଆରମ୍ଭ କଲେ ଉପସ୍ଥିତ କିଛି ଦର୍ଶକ ବନ୍ଧୁ। ଦର୍ଶକଙ୍କ ଏପରି ଅସ୍ୱାଭାବିକ ପରିସ୍ଥିତି କୁ ଦେଖି ଯାତ୍ରା କମିଟିର ସଦସ୍ୟମାନେ ଦର୍ଶକଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଅନୁରୋଧ କରିଥିଲେ। ସୂଚନା ଅନୁସାରେ ନିଶା ମହାରଣା ମାତ୍ର ଦଶମିନିଟ୍ ଅଭିନୟ କରି ଷ୍ଟେଜରୁ ଚାଲିଯାଇଥିଲେ। କମ୍ ସମୟ ଦେଇ ଅଭିନେତ୍ରୀ ନିଶା ଷ୍ଟେଜଛାଡ଼ି ଚାଲିଯିବାରୁ , ଅପେକ୍ଷା କରି ଥିବା ଦର୍ଶକବନ୍ଧୁମାନଙ୍କ ମନକୁଛୁଇଁ ପାରିନଥିଲା,ଅଭିନେତ୍ରୀଙ୍କୁ ଦେଖିବା ନିଶାବଢ଼ି ଯାଇଥିଲା।ଯାହା ଫଳରେ ଏପରି ଏକ ଘଟଣା ଘଟିଗଲା ବୋଲି ଚର୍ଚ୍ଚା ହେଉଛି।