Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ ।ଦେବଗଡ଼ ତା.୦୬.୧୦.୨୦୨୩ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହ ଠାରେ ଦେବଗଡ଼ ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କୁ ନେଇ ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଚିକିତ୍ସାଧିକାରୀ ଡା ସାଧନା ଦାଶଙ୍କ ଅଧ୍ୟକ୍ଷତାରେ ବିଶ୍ବ ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ ପାଳନ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଡା ଦାଶ ବୟସ୍କ ବ୍ୟକ୍ତି ସଚେତନତା ଉପରେ କହିଥିଲେ ଯେ ଖାଦ୍ୟ ପାନୀୟ ସିମୀତ, ସନ୍ତୁଳିତ ଓ ସୁସମ ଖାଦ୍ୟ ଖାଆନ୍ତୁ, ନିଶା ସେବନରୁ ନିବୃତ ରୁହନ୍ତୁ, କିଛି କିଛି ବ୍ୟାୟାମ ପ୍ରତିଦିନ କରନ୍ତୁ, ମନକୁ ସବୁବେଳେ ଖୁସିରେ ରହିବା ପାଇଁ ଚେଷ୍ଟା ରଖନ୍ତୁ, ସାଙ୍ଗ ସାଥିଙ୍କ ସହ ଭଲ ସମ୍ପର୍କ ବଜାୟ ରଖନ୍ତୁ, ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟ ପରୀକ୍ଷା କରନ୍ତୁ, ଆବଶ୍ୟକ ହେଲେ ଔଷଧ ସେବନ କରନ୍ତୁ, ରାତି ଅନିଦ୍ରା ରୁ ଦୂରେଇ ରୁହନ୍ତୁ । ବୈଠକରେ ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା ଧନଞ୍ଜୟ ମହନ୍ତ, ଡା ବଂଶୀଧର ପାତ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଡା ମନୋରଞ୍ଜନ ସାମଲ, ପ୍ରୋଗ୍ରାମ ମ୍ୟାନେଜର ଉମେଶ ପ୍ରସାଦ ଷଡ଼ଙ୍ଗୀ, ଡେପୁଟି ମ୍ୟାନେଜର ଜ୍ୟୋସ୍ନା ରାଣୀ ଶର୍ମା, ବରିଷ୍ଠ ନାଗରିକ ପ୍ରଫୁଲ୍ଲ ମହାପାତ୍ର, ହେମନ୍ତ ମହାପାତ୍ର, ନିରଞ୍ଜନ ଦ୍ବିବେଦୀ, ମିତ୍ରଭାନୁ ମହାପାତ୍ର, ସୁଦର୍ଶନ ଦାସ, ସମସ୍ତ ଏନ୍ ଏମ୍ ଷ୍ଟାଫ୍ ନର୍ସ, ସ୍ଵାସ୍ଥ୍ୟ ବିଭାଗ ର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବରୁ ଆୟୋଜିତ ହୋଇଥିବା ଏନ୍ ଏମ୍ ଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ ।ଏଡି.ପି.ଏଚ୍ .ସିଓ ଘନେଶ୍ଵର ମହାନ୍ତି ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ଅର୍ପଣ କରିଥିଲେ

ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହ ଠାରେ ଦେବଗଡ଼ ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କୁ ନେଇ ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଚିକିତ୍ସାଧିକାରୀ ଡା ସାଧନା ଦାଶଙ୍କ ଅଧ୍ୟକ୍ଷତାରେ ବିଶ୍ବ ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ ପାଳନ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଡା ଦାଶ ବୟସ୍କ ବ୍ୟକ୍ତି ସଚେତନତା ଉପରେ କହିଥିଲେ ଯେ ଖାଦ୍ୟ ପାନୀୟ ସିମୀତ, ସନ୍ତୁଳିତ ଓ ସୁସମ ଖାଦ୍ୟ ଖାଆନ୍ତୁ, ନିଶା ସେବନରୁ ନିବୃତ ରୁହନ୍ତୁ, କିଛି କିଛି ବ୍ୟାୟାମ ପ୍ରତିଦିନ କରନ୍ତୁ, ମନକୁ ସବୁବେଳେ ଖୁସିରେ ରହିବା ପାଇଁ ଚେଷ୍ଟା ରଖନ୍ତୁ, ସାଙ୍ଗ ସାଥିଙ୍କ ସହ ଭଲ ସମ୍ପର୍କ ବଜାୟ ରଖନ୍ତୁ, ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟ ପରୀକ୍ଷା କରନ୍ତୁ, ଆବଶ୍ୟକ ହେଲେ ଔଷଧ ସେବନ କରନ୍ତୁ, ରାତି ଅନିଦ୍ରା ରୁ ଦୂରେଇ ରୁହନ୍ତୁ । ବୈଠକରେ ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା ଧନଞ୍ଜୟ ମହନ୍ତ, ଡା ବଂଶୀଧର ପାତ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଡା ମନୋରଞ୍ଜନ ସାମଲ, ପ୍ରୋଗ୍ରାମ ମ୍ୟାନେଜର ଉମେଶ ପ୍ରସାଦ ଷଡ଼ଙ୍ଗୀ, ଡେପୁଟି ମ୍ୟାନେଜର ଜ୍ୟୋସ୍ନା ରାଣୀ ଶର୍ମା, ବରିଷ୍ଠ ନାଗରିକ ପ୍ରଫୁଲ୍ଲ ମହାପାତ୍ର, ହେମନ୍ତ ମହାପାତ୍ର, ନିରଞ୍ଜନ ଦ୍ବିବେଦୀ, ମିତ୍ରଭାନୁ ମହାପାତ୍ର, ସୁଦର୍ଶନ ଦାସ, ସମସ୍ତ ଏନ୍ ଏମ୍ ଷ୍ଟାଫ୍ ନର୍ସ, ସ୍ଵାସ୍ଥ୍ୟ ବିଭାଗ ର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବରୁ ଆୟୋଜିତ ହୋଇଥିବା ଏନ୍ ଏମ୍ ଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ ।ଏଡି.ପି.ଏଚ୍ .ସିଓ ଘନେଶ୍ଵର ମହାନ୍ତି ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।