Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କିତ ଭିଜିଲାନ୍ସ କମିଟି ବୈଠକ

ଆଜି ଅପରାହ୍ନ ରେ ଜିଲ୍ଲାପରିଷଦ ସମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କିତ ଭିଜିଲାନ୍ସ କମିଟି ବୈଠକ ଉପଜିଲ୍ଲାପାଳ ପରିକ୍ଷିତ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ରେ ଜିଲ୍ଲା ଯୋଗାଣ ଅଧିକାରି ରଞ୍ଜନ କୁମାର ପଣ୍ଡା, ପ୍ରାରମ୍ଭିକ ସୂଚନା ଓ ଏହି ବିଷୟରେ ଆଲୋକପାତ କରିଥିଲେ। ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଲୋକମାନେ କିପରି ସୁବିଧା ପାଇ ପାରିବେ ସେହି ବିଷୟର ଅବଗତ କରିଥିଲେ। ନୂଆ ରାସନ୍ କାର୍ଡ ପାଇଁ ଜିଲ୍ଲା ରୁ ୧୯୭୪ ପରିବାର ଦରଖାସ୍ତ କରିଛନ୍ତି । ଦରଖାସ୍ତ ଗୁଡିକ ତର୍ଜମା କରାଯାଇ ରାଜ୍ୟ ସରକାରଙ୍କୁ ଚିଠି ଦ୍ଵାରା ଜଣାଇ ଦିଆଯାଇଛି । ଅକ୍ଟୋବର ରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଭିଟାମିନ ଯୁକ୍ତ ଚାଉଳ ଆବଣ୍ଟନ, ଉଠାଣ ଓ ହିତାଧିକାରୀ ମାନଙ୍କୁ ବଣ୍ଟନ କରାଯାଉଥିବା ସେ ସୂଚନା ଦେଇଥିଲେ । ବାରକୋଟ ବ୍ଲକର କଣ୍ଡଳ ସରୁଆଳି, ତିଲେଇବଣୀ ବ୍ଲକର କଲଣ୍ଡା ଝାରମୁଣ୍ଡା, କଣ୍ଡମ ଓ ରିଆମାଳ ବ୍ଲକ ର ତେନ୍ତଳାବାହାଳ ଯୋଗାଣ ସହାୟକ ନିଯୁକ୍ତି ପାଇଁ ପ୍ରସ୍ତାବ ଦାବି କରାଯାଇଥିଲା । ମୃତ କାଳୀନ ଓ ବିବାହିତ ଲୋକମାନଙ୍କ ନାମ ରାସନ କାର୍ଡ ରୁ କଟାଯାଇ ନୂତନ ନାମ ପଞ୍ଜିକରଣ କରାଯିବା ପାଇଁ ପ୍ରସ୍ତାବିତ କରାଯାଇଥିଲା । ବୈଠକ ରେ ପୈାରପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ତିଲେଇବଣୀ ବ୍ଲକ ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପାଞ୍ଜଳୀ ସାମଲ, ବାରକୋଟ ବ୍ଲକ ଜିଲ୍ଲା ପରିଷଦ ସଭ୍ୟା ଗୀତାଞ୍ଜଳି ପାଣି, ବାରକୋଟ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ପାତ୍ର, ତିଲେଇବଣୀ ବ୍ଲକ ଅଧ୍ୟକ୍ଷା ବୃନ୍ଦାବତି ଭୋଇ, ପୌରପରିଷଦ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ନାଏକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନରହରି ସିଂ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାରକୋଟ ସ୍ମୃତି ରଞ୍ଜନ ସାହୁ, ବିଧାୟକ ଙ୍କ ପ୍ରତିନିଧି ଅକାଲୁ ଧଳ, ସପୋଟ ର ଚନ୍ଦ୍ର ଶେଖର ସ୍ଵାଇଁ, ଓମ୍ ଶାନ୍ତି ଏସ୍ ଏ ଜି ଗୃପର ସମ୍ପାଦିକା ସଂଯୁକ୍ତା ନାଏକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ପ୍ରମୁଖ ଉପସ୍ଥିତ ଥିଲେ।