Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଶୀ ରନ୍ଧା ମଦ ଜବତ, ଜଣେ ଗିରଫ

ଦେବଗଡ଼: ଦେଶୀ ରନ୍ଧା ମଦ ଚୋରା ଚାଲାଣ ବେଳେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଜଣେ ଯୁବକ ଗିରଫ କରିଛି । ଗିରଫ ଯୁବକ ଜଣକ ହେଲେ ପୌରାଞ୍ଚଳର ଗୁରୁଢିପା ସାହିର ପଞ୍ଚାନନ ପାତ୍ର।ମିଳିଥିବା ସୂଚନା ଅନୁଯାୟୀ, ପଞ୍ଚାନନ ଆଜି ସକାଳେ ଦେଶୀ ରନ୍ଧାମଦ ନେଇ ଏକ ବାଇକ ଯୋଗେ ଚୋରାଚାଲାଣ କରୁଥିଲେ। ସୂଚନା ପାଇ ଦେବଗଡ଼ ଅବକାରୀ ଇନ୍ସପେକ୍ଟର ମଧୁସୂଦନ ସାହୁଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀମାନେ ଦେବଗଡ ଥାନାଚଂଳର କମଳାବଗିଚା-କଂଗ୍ରେସପୁର ରାସ୍ତାରେ ତାଙ୍କୁ ଅଟକାଇଥିଲେ। ଯାଞ୍ଚ ସମୟରେ ତାଙ୍କ ନିକଟରୁ ୧୦ଟି ବୋତଲରେ ୨୦ ଲିଟର ଦେଶୀ ରନ୍ଧା ମଦ ଏବଂ ବାଇକ ଜବତ କରିଥିଲେ । ସେହିପରି ପଞ୍ଚାନନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ