Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ୟୁଥ୍ ଆସୋସିଏସନ୍ ଅଫ ଇଣ୍ଡିଆ ରାଉରକେଲା ତରଫରୁ ଆଜି ପ୍ରଧାନପଟ ପାହାଡ଼ ଆରୋହଣ କରିଥିଲେ

ୟୁଥ୍ ଆସୋସିଏସନ୍ ଅଫ ଇଣ୍ଡିଆ , ରାଉରକେଲା ୟୁନିଟ ତରଫରୁ ଆଜି ଦିବା 11ଟା 45 ମିନିଟ ସମୟରେ ପ୍ରଧାନପାଟ ପାହାଡ଼ ଆରୋହଣ କରିଥିଲେ। ରାଉରକେଲା ୟୁନିଟ ର70 ଜଣ ସଭ୍ୟ ସଭ୍ୟା ଓ ଦେବଗଡ଼ ରୁ 10 ଜଣ ଏହି ଅଭିଯାନ ରେ ଭାଗ ନେଇଥିଲେ। ଏହି ଅଭିଯାନ କୁ ଡେପୁଟି କଲେକ୍ଟର ତଥା ଡି ଏସ୍ ଓ ଓ ଶ୍ରୀଯୁକ୍ତ ରାଜୀବ ଲୋଚନ ନାୟକ ଏବଂ ଜିଲ୍ଲା କ୍ରୀଡା ସଂଘ୍ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଧୀରେନ୍ଦ୍ର କୁମାର ନାଏକ ପତାକା ଦେଖାଇ କାର୍ଯ କ୍ରମ କୁ ଶୁଭାରମ୍ଭ କରିଥିଲେ। ସ୍ୱେଚ୍ଛା ସେବୀ ସୁଧିର କୁମାର ଦାସ ଏସୋଷିଏସନ୍ କୁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ କରିବା ସହିତ ଆଲୋକ ପାତ୍ର ଓ ସିପୁନ ନାଏକ (ପି ଇ ଟି , ଦେବଗଡ଼ କଲେଜ)ଗାଇଡ କରି ପାହାଡ ଚଢ଼ିବା ସହିତ ଉପରକୁ ଯିବା ପାଇଁ ସାହାଯ୍ୟ କରି ଥିଲେ।ଏସୋସିଏସନ ର ଉପ ସଭାପତି ପ୍ରତାପ କୁମାର ସ୍ବାଇଁ, ସମ୍ପାଦକ ବୁଦ୍ଧଦେବ ବାସୁ, ସରୋଜ ପଟ୍ଟନାୟକ, ଏସ କେ ଲେଙ୍କା, କୋଷାଧ୍ୟକ୍ଷ ନିରଞ୍ଜନ ବେହେରା ଓ ନେସନାଲ କାଉନସିଲ ମେମ୍ବର ମାନେ ମଧ୍ୟ ଏହି ଅଭିଯାନ ରେ ଉପସ୍ଥିତ ରହିବା ସହିତ ସବୁଠୁ ବୟସ୍କ ବ୍ୟକ୍ତି ଉର୍ମିଳା ଦାସ (୮୨) ବର୍ଷରେ ମଧ୍ୟ ଅଂଶଗ୍ରହଣ କରି ପାହାଡ ଚଢ଼ି ଯାଇଥିଲେ।