Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦବିକା କପ୍ -୨୦୨୩

ଆଜି ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ ଆଦବିକା କପ୍ -୨୦୨୩ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଆଦବିକା କପ୍ ରେ କିଶୋରି ବାଳିକା ମାନେ ବିଭିନ୍ନ ଅଣ ପାରମ୍ପାରିକ କ୍ରୀଡ଼ା ରେ କିପରି ସାମିଲ ହେବେ ସେଥିପ୍ରତି ଗୁରୁତ୍ୱ ଦେବାପାଇଁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରିଆମାଳ ସିଡିପିଓ ସୁପ୍ରଭା ମିଶ୍ର, ବାରକୋଟ ସିଡିପିଓ ଲିଲି ପ୍ରଧାନ, ଶିଶୁ ମଙ୍ଗଳ ସମିତି ଚେୟାରମେନ ପିଙ୍କି ରାଣୀ ନନ୍ଦ, ଆସିଡିଏସ୍ ଆବାହିକା, ଜିଲ୍ଲା ସଂଯୋଜକ ପୋଷଣ ମନୋଜ ଆଚାର୍ଯ୍ୟ, ସାମାଜିକ ସୁରକ୍ଷା ଅଧିକାରୀ ରୋଜାଲିନ କେରକେଟା, ଜିତା ସ୍ଵେଚ୍ଛାସେବୀ ସଂଗଠନ ର ସେକ୍ରେଟାରୀ ଅନୁପମା ରାଉତ ପ୍ରମୁଖ ଯୋଗଦେଇଥିଲେ । ଆନ୍ତର୍ଜାତିକ ବାଳିକା ଦିବସରେ କିଶୋରି ବାଳିକା ମାନଙ୍କୁ ନେଇ ଫୁଟବଲ, ୧୦୦ମିଟର ଦୌଡ, ୨୦୦ ମିଟର ଦୌଡ ଓ ଲମ୍ବଡିଆଁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଅନ୍ୱେଷା ବାଳିକା ଛାତ୍ରାବାସ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ବିଦ୍ୟାଳୟ ଓ ଶିଶୁ ଯତ୍ନ ଅନୁଷ୍ଠାନର କିଶୋରୀ ବାଳିକାମାନେ ସାମିଲ ହୋଇଥିଲେ । ଆକ୍ସନ ଏଡ୍ ଜିଲ୍ଲା ସଂଯୋଜକ ବିରେନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।