Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସହାୟ ଗରିବ ପରିବାରକୁ ସହାୟତାର ହାତ ବଢାଇଲେ କଳାକାର ରାଣୀ ପଣ୍ଡା

ଦେବଗଡ଼:ଅସହାୟ ଗରିବ ପରିବାରକୁ ସହଯୋଗର ହାତ ବଢାଇ ମାନବିକତାର ପରିଚୟ ଦେଖାଇଛନ୍ତି ସମାଜସେବୀ ତଥା କଳାକାର ରାଣୀ ପଣ୍ଡା। ପ୍ରାପ୍ତ ସୂଚନା ଅନୁଯାୟୀ, ତିଲେଇବଣି ବ୍ଲକର ଢୋଲପଡା ପଂଚାୟତର ପଥୁରିନାଳି ଗ୍ରାମର ଟିକେଶ୍ଵରୀ ଠାକୁରଙ୍କ ୭ ବର୍ଷ ହେବ ତାଙ୍କର ସ୍ବାମୀଙ୍କ ଦେହାନ୍ତ ହୋଇଥିଲା । ଏହାପରେ ଟିକେଶ୍ବରୀ ଦିନ ମଜୁରିଆ କାମ କରି ନିଜର ତିନି ସନ୍ତାନକୁ ପ୍ରତିପୋଷଣ କରୁଥିଲେ । କଳାକାର ରାଣୀ ପଣ୍ଡା ଢୋଲପଡା ଗ୍ରାମରେ ଚାଲିଥିବା ଅପେରା ଗୌରୀ ଗଣନାଟ୍ୟକୁ ଅତିଥି କଳାକାର ଭାବେ ଯୋଗ ଦେଇଥିଲେ । ଟିକେଶ୍ବରୀଙ୍କ ଏପରି ଅସହାୟ କଥା ରାନୀ କମିଟୀ ସଦସ୍ୟଙ୍କ ନିକଟରୁ ଜାଣିବାକୁ ପାଇଥିଲେ । ତେବେ ଆଜି ସକାଳେ ରାଣୀ ଟିକେଶ୍ବରୀଙ୍କ ଘରକୁ ଯାଇ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ତାଙ୍କର ତିନି ସନ୍ତାନ ମଧ୍ୟରୁ ଜଣଙ୍କୁ ପାଠପଢ଼ା ଦାୟିତ୍ଵ ବହନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିରେ ଢୋଲପଢା ଗ୍ରାମର ଆଂଚଳିକ ଜଗନ୍ନାଥ କମିଟିର ସଦସ୍ୟ ଦିଲୀପ ନାୟକ,ଦୀପକ ସାହୁ, ବିବେକାନନ୍ଦ ଭୋଇ ଓ ଟଙ୍କଧର ସାହୁ ଉପସ୍ଥିତ ଥିଲେ । ରାଣୀଙ୍କର ଏଭଳି ପଦକ୍ଷେପକୁ ଅଂଚଳବାସୀ ପ୍ରଶଂସା କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ