Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେବୋତ୍ତର କମିଶନର ଙ୍କ ବାବା ଚମ୍ପକେଶ୍ୱର୍ ମହାଦେବ ମନ୍ଦିର ପରିଦର୍ଶନ ।

ଦେବଗଡ଼ ଜିଲ୍ଲା ପ୍ରଧାନପାଟ ସ୍ଥିତ ଶିଶୁ ଉଦ୍ୟାନ ଭିତରେ ଥିବା ବହୁ ପୁରାତନ ବାବା ଚଂପକେଶ୍ଵର ମହାଦେବ ଶିବ ମନ୍ଦିରକୁ ଆଜି ସକାଳ ୧୦ ଟା ୩୦ ଘଟିକା ସମୟରେ ମାନନୀୟ ଦେବୋତ୍ତର ବିଭାଗ କମିଶନର ଶ୍ରୀଯୁକ୍ତ ଶିଶିର କୁମାର ରଥ ପ୍ରଧାନପାଟ ସ୍ଥିତ ବାବା ଚଂପକେଶ୍ଵର ମହାଦେବ ମନ୍ଦିର ପରିଦର୍ଶନରେ ଆସିଥିଲେ ।ମନ୍ଦିର ର ଉନ୍ନତି କରଣ ସହିତ ସମ୍ମୁଖ ଭାଗ ପ୍ରାଚୀର ନିର୍ମାଣ ଏବଂ ମନ୍ଦିର ର ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟ ନିମନ୍ତେ ମ୍ୟାନେ ଜିଙ୍ଗ ଟ୍ରଷ୍ଟି ଶ୍ରୀଯୁକ୍ତ ସରୋଜ ପାତ୍ର ଏବଂ ଅନ୍ୟ ଟ୍ରଷ୍ଟ ମେମ୍ବର ମାନଙ୍କ ସହିତ ଆଲୋଚନା କରିଥିଲେ ।ଏହି ଆଲୋଚନାରେ ମ୍ୟାନେଜିଂ ଟ୍ରଷ୍ଟି ସରୋଜ କୁମାର ପାତ୍ର, ଟ୍ରଷ୍ଟି ସଦସ୍ୟ ଈଶ୍ୱର ଦାଶ,ସତ୍ୟାନନ୍ଦ ସାହୁ,ବାବୁଲେନ୍ଦ୍ର ନାୟକ,ମହେଶ୍ୱର ପାଣି,ବେଣୁଧର ଭଞ୍ଜ,ବୈରାଗୀ ମହାରଣା,ସିକିମାର ସିଂ, ଏଵଂ
ମନ୍ଦିରର ପୂଜକ ଙ୍କ ସହିତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ