Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗ୍ରାମ ବାସି ଜାତି ରୁ ବାସନ୍ଦ କଲେ ପୂର୍ବତନ ବିଧାୟକ କଲେ ଶବସତ୍କାର

ସମ୍ବଲପୁର- ୧୮/୧୦ (ରମାକାନ୍ତ ବିଶ୍ବାଳ)
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଝାଙ୍କରପାଲି ପଞ୍ଚାୟତ ଗୁମଲୋଇର ପୃଷ୍ପା ମିର୍ଦ୍ଧା (୪୦ ବର୍ଷ) କିଡ୍‌ନି ରୋଗରେ ଆକ୍ରାନ୍ତ ଥିଲେ। ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କ ମୃତ୍ୟୁ ଘଟିଥିଲା I ଶବ ଗାଁ’କୁ ଅଣାଯିବା ପରେ ପୂର୍ବରୁ କୌଣସି କାରଣକୁ ନେଇ ତାଙ୍କ ପରିବାରକୁ ଗ୍ରାମବାସୀ ଜାତିରୁ ବାସନ୍ଦ କରିଥିବାରୁ ଶବ ସତ୍କାର ପାଇଁ କେହି ଆସିନଥିଲେ । ଏ ସଂପର୍କରେ ଖବର ପାଇ ସନ୍ଧ୍ୟାରେ ରେଙ୍ଗାଲିର ପୂର୍ବତନ ବିଧାୟକ ରମେଶ ପଟୁଆ, ବିଜେଡି ନେତା ଏମ.ବି. ସତ୍ୟମ, ଯୁବନେତା ଅବନୀ ରଞ୍ଜନ କର, ଟିକୁ ପଟ୍ଟନାୟକ ପ୍ରମୁଖ ପହଞ୍ଚି ଗାଁ ଶ୍ମଶାନରେ ଶବ ସତ୍କାର କରିଥିଲେ । ପୁଷ୍ପାଙ୍କ ପରିବାରରେ ସ୍ବାମୀ ପ୍ରଦୀପ ମିର୍ଦ୍ଧାଙ୍କ ସହ ୧୨ ବର୍ଷର ଝିଅ ଓ ୭ ବର୍ଷର ପୁଅ ଅଛନ୍ତି।