ମହିଳା ପ୍ରତି ଯୌନ ଉତ୍ପୀଡନ ଆଇନ ସମ୍ପର୍କିତ ତାଲିମ୍ ଶିବିର ।


କର୍ମ କ୍ଷେତ୍ରରେ ମହିଳା ଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ କର୍ମ କ୍ଷେତ୍ରରେ ମହିଳା ଙ୍କ ପ୍ରତି ଯୌନ ଉତ୍ପୀଡନ ( ପ୍ରତିରୋଧ, ନିଷେଧ ଓ ପ୍ରତିକାର) ଆଇନ୍ ସମ୍ପର୍କିତ ଜିଲ୍ଲା ସ୍ତରୀୟ ତାଲିମ୍ ଶିବିର ଅତିରିକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ । ଆଇନ୍ ସମ୍ପର୍କରେ ନିଜର ଜ୍ଞାନ ପରିସରକୁ ବୃଦ୍ଧି କରି ଆଇନର ସଫଳ ରୁପାୟନରେ ପୂର୍ବକ କର୍ମ କ୍ଷେତ୍ରକୁ ସୁସ୍ଥ କରିବା ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା ଆଇନ୍ ବିଶେଷଜ୍ଞ ଅପୂର୍ବା ଚୌଧୁରୀ ଆଇନ୍ ର ପୃଷ୍ଠ ଭୂମି ଆଇନ୍ ଥିବା ବିଭିନ୍ନ ବ୍ୟବସ୍ଥା ଓ ଦଣ୍ଡବିଧାନ ତଥା ଅନ୍ୟାନ୍ୟ ଦିଗ ଉପରେ ସୂଚନା ଓ ଜ୍ଞାନ ପ୍ରଦାନ କରିଥିଲେ । ଦେବଗଡ଼ ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବିଲୁଙ୍ଗ ନିଜ ବକ୍ତବ୍ୟରେ ଆଇନ୍ ର ସଫଳତା ରୂପାୟନ ପୂର୍ବକ ଜିଲ୍ଲା ର ପ୍ରତ୍ୟେକ କର୍ମ ସ୍ଥଳୀ କୁ ସୁସ୍ଥ ଭାବରେ ଗଢ଼ି ତୋଳିବା ପାଇଁ ଆହ୍ବାନ ଜଣାଇଥିଲେ ଏବଂ ଏକ ଅସୁରକ୍ଷିତ ପରିସ୍ଥିତି ଯେମିତି ନହୁଏ ସେଥିପାଇଁ ସମସ୍ତେ ଜତନବାନ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି ସଚେତନତା ଶିବିରରେ ଆଇନଜୀବୀ ଦିଲ୍ଲୀପ ଗୁରୁ, ପ୍ରତି ବେହେରା, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ପିଙ୍କି ରାଣୀ ନନ୍ଦ, ଡେପୁଟି କଲେକ୍ଟର ରୁବି ବେହେରା, ଲୀଳାବତୀ ନାୟକ, ଦେବଗଡ଼ ତହସିଲଦାର ଏଜେଲିନ୍ ବାରା ଓ ବିଭିନ୍ନ କାର୍ଯ୍ୟଳୟର ମହିଳା କର୍ମଚାରୀ ମାନେ ଉପସ୍ଥିତ ଥିଲେ ।