ଅବସରପ୍ରାପ୍ତ ଏଏସଆଇ ଅମିତ ସେଠଙ୍କ ପରଲୋକ


ଝାରସୁଗୁଡା ୨୬/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା କଣ୍ଡେଇକେଲା ଗ୍ରାମର ଇଛାଧିନ ଅବସରପ୍ରାପ୍ତ ଏଏସଆଇ ଅମିତ ସେଟଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୩ ବର୍ଷ ହେଉଥିଲା । ଏ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ମତେ କଣ୍ଡେଇକେଲା ଗ୍ରାମର ଅମିତ ସେଟ ଝାରସୁଗୁଡା ଜିଲ୍ଲାର ଗାନ୍ଧିଛକ ଫାଣ୍ଡିରେ ପୁଲିସ ଏଏସଆଇ ଭାବେ କାର୍ଯ୍ୟ ସମ୍ପାଦନ କରୁଥିଲେ । ୨୦୨୦/୨୧ ମସିହାରେ ସେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ଦୀର୍ଘଦିନ ଧରି ଚିକିତ୍ସିତ ହୋଇ ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ କିଛି ମାସ ପରେ ପୁଣି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ତେଣୁ ସେ ଚାକିରୀ କ୍ଷେତ୍ରରୁ ଇଚ୍ଛାଧୀନ ଭାବେ ଅବସର ନେଇଥିଲେ ଏବଂ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ମାତ୍ର ତାଙ୍କ ଚିକିତ୍ସାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ କୌଣସି ସୁଫଲ ମିଲି ନଥିଲା । ଶେଷରେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ପଛରେ ବିଧବା ସ୍ତ୍ରୀ ଓ ଦୁଇ ପୁଅ ଅଛନ୍ତି । କଣ୍ଡେଇକେଲା ଶ୍ମଶାନ ଘାଟରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।