Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସମ୍ବଲପୁର ସାଂସଦ ଙ୍କ ପତ୍ନୀ ଓ ତାଙ୍କ ମ୍ୟାନେଜର ଙ୍କ ନାମରେ ଥାନାରେ ଏତଲା ।

ସମ୍ବଲପୁର ସାଂସଦ ଙ୍କ ପତ୍ନୀ ରାଣୀ ଅରୁନ୍ଧତୀ ଓ ତାଙ୍କ ମ୍ୟାନେଜର ସମ୍ବଲପୁରର ଅବିନାଶ ତିଆଡ଼ିଙ୍କ ନାମରେ ଆଜି ଦେବଗଡ଼ ଥାନାରେ ପୁଣି ଏକ ଏତଲା ଦିଆଯାଇଛି। ସାଂସଦ ପତ୍ନୀ ଙ୍କ ମ୍ୟାନେଜର ର ଫୋନ ବାର୍ତାଳାପର ରେକର୍ଡିଙ୍ଗ ମୋବାଇଲରୁ ମୋବାଇଲ ଘୁରିବୁଲୁଥିବା ବେଳେ ତାଙ୍କୁ ନବ ଦାସ ହତ୍ୟା ମାମଲାରେ ତଦନ୍ତ ପରିସର ଭୁକ୍ତ କରିବାକୁ ଆଜି ପୂର୍ବତନ ଦେବଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଉମା ଶଙ୍କର ସାହୁ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଏପରିକି ମ୍ୟାନେଜର ତିହାଡିଙ୍କ ଫୋନ ରେକଡ଼ିଂଗ କୁ ମଧ୍ୟ ଶ୍ରୀ ସାହୁ ଥାନା ଅଧିକାରୀ ଙ୍କୁ ଦେଇଥିବା ଜଣାପଡିଛି। ସ୍ଥାନୀୟ ଖପର ସାହି ରାବଣ ପୋଡି କାର୍ଯ୍ୟକ୍ରମରେ ଅତିଥି କରିବାକୁ ରାଣୀ ଓ ତାଙ୍କ ସହଯୋଗୀ ମାନେ ରାମ ସେନା ଶୋଭାଯାତ୍ରାବେଳେ ପୂଜା କମିଟି ଙ୍କୁ କହିଥିଲେ l ମାତ୍ର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାଇ କମିଟି ପକ୍ଷରୁ ଅତିଥି ଚୟନ ଓ ନିମନ୍ତ୍ରଣ କରାଯାଇଥିବାରୁ ତାଙ୍କୁ କାର୍ଯ୍ୟକ୍ରମରେ ଅତିଥି କରାଯିବା ଅସମ୍ଭବ ବୋଲି କହିବାରୁ ଅରୁନ୍ଧତୀ ଓ ସାଥିରେ ଥିବା ସହଯୋଗୀ ମାନେ ଉତକ୍ଷିପ୍ତ ହୋଇ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିବା ଏତେଲା ରେ ଉଲେଖ କରିଛନ୍ତି l ଏଥି ସହିତ କିଛି ସମୟ ପରେ ରାଣୀ ଅରୁନ୍ଧତୀଙ୍କ ମ୍ୟାନେଜର ସମ୍ବଲପୁରର ଅବିନାଶ ତିଆଡ଼ି ଫୋନ ଯୋଗେ ପୂଜା କମିଟିର ସଭାପତି ଉମା ଶଙ୍କର ସାହୁ ଙ୍କୁ ଗାଳିଗୁଲଜ ସହ ଜୀବନରେ ମାରିଦେବାକୁ ଧମକ ଦେବା ନେଇ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଗତ ମଙ୍ଗଳବାର ଥାନାରେ ରାଣୀ ଅରୁନ୍ଧତି ପୂଜା କମିଟି ସଭାପତି ଓ ସହଯୋଗୀ ମାନେ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହ ଗାଳିଗୁଲଜ କରିବା ଓ ଧକ୍କା ମାରି ରାସ୍ତାରେ ପକାଇଦେଇଥିବା ନେଇ ଅଭିଯୋଗ କରିଥିଲେ l ସେହିପରି ପୁଷ୍ପିତା ହେନେଜ କମିଟି ସଭାପତି ଓ କର୍ମକର୍ତ୍ତା ମାନେ ତାଙ୍କୁ ଜାତିଆଣ ଆକ୍ଷେପ କରିଥିବା ନେଇ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାରରେ ପୁଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ପୂଜା କମିଟି କର୍ମକର୍ତ୍ତାଙ୍କ ନାମରେ ଦେଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର ଦାବିରେ ସାହି ବାସିନ୍ଦା ମାନେ ବୁଧବାର ଥାନା ସମ୍ମୁଖରେ ରାଣୀ ଅରୁନ୍ଧତୀଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେବା ସହ କୁଶପୁତ୍ତଳିକା ଦାହ କରିବା ସହ ଏକ ଏତଲା ଦେଇଥିଲେ l ଏନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ରାଣୀଙ୍କ ମ୍ୟାନେଜର ଅବିନାଶ କୌଣସି ଜଣେ ବ୍ୟକ୍ତିଙ୍କୁ ଫୋନ ଯୋଗେ ସେ ନବ ଦାସ କୁ ସଫା କରିପାରିଲା ତ ଉମା କଣ ନବ ଠୁ ବଡ଼ କି ବୋଲି କହୁଥିବା ବାର୍ତାଳାପର ରେକର୍ଡିଙ୍ଗ ମୋବାଇଲ ରୁ ମୋବାଇଲ ଭାଇରଲ ହେବା ପରେ ସାହିରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହାପରେ ଆଜି ଖପର ସାହି ଦୁର୍ଗାପୂଜା କମିଟି ସଭାପତି ତଥା ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ ଦେବଗଡ଼ ଥାନାରେ ପହଞ୍ଚି ରାଣୀ ଅରୁନ୍ଧତୀଙ୍କ ମ୍ୟାନେଜର ଙ୍କ ପକ୍ଷରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଓ ସେ ଖୋଦ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କୁ ସଫା କରେଇଥିବା ର ଫୋନ ବାର୍ତ୍ତାଳାପରେ ଖୁଲମଖୋଲା କହୁଥିବାରୁ ମନ୍ତ୍ରୀ ହତ୍ୟା ଘଟଣାରେ ତାଙ୍କୁ ତଦନ୍ତ ପରିସର ଭୁକ୍ତ କରିବାସହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିବା ଜଣା ପଡିଛି l