Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ‌ ୨୦୨୪, ପଥ ଉତ୍ସବ ।

ଆଜି ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ‌ ୨୦୨୪ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ସବୁଜ ପତାକା ଦେଖାଇ ଏକ ସ୍ଵତନ୍ତ୍ର ପଦଯାତ୍ରା ର ଶୁଭାରମ୍ଭ କରିଥିଲେ କରିଥିଲେ । ଉକ୍ତ ପଦଯାତ୍ରା ହାତୀଶାଳ ଛକରୁ ଆରମ୍ଭ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ଥିଲା । ପରେ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ଓ ବରଣ୍ୟ ଅତିଥି ଭାବେ, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପଣ୍ଡା, ଉପ ଜିଲ୍ଲାପାଳ ପରକ୍ଷିତ ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଧର୍ମାନନ୍ଦ ବେହେରା,ବନଖଣ୍ଡ ଅଧିକାରୀ ମଗର ଧନାଜି ରାଓସେ ଯୋଗଦେଇ କିପରି ମତଦାତା ମାନେ ସୁବିଧାର ସହିତ ମତଦାନ କରିପାରିବେ, ଦିବ୍ୟାଙ୍ଗ ମାନେ କିପରି ମତଦାନ ରୁ ବଞ୍ଚିତ ନ ହେବେ, ନୂତନ ଭୋଟର ମାନେ କିପରି ତାଙ୍କର ନାମ ପଞ୍ଜିକରଣ କରିପାରିବେ, କୌଣସି ପ୍ରକାର ତୃଟି ଥିଲେ କିପରି ସଂଶୋଧନ କରିପାରିବେ ସେ ବିଷୟରେ ସଂକ୍ଷିପ୍ତ ରେ ଜନସାଧାରଣ ଅବଗତ କରାଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗେଲି ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା । ପରେ ପରେ ସଚେତନତା ପାଇଁ ବିଭିନ୍ନ ସାଂସ୍କୃତିକ ଦଳ ଗୁଡ଼ିକ ଦ୍ଵାରା ନୃତ୍ୟ ପରିବେଷଣ ଓ କବିତା ପାଠ କରାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ସମସ୍ତ ସରକାରୀ କାର୍ଯ୍ୟାଳୟର କର୍ମଚାରୀ, ପୋଲିସ ବିଭାଗ ର କର୍ମଚାରୀ, ଅଗ୍ନିଶମ ବିଭାଗ ର କର୍ମଚାରୀ ,ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ଜିଲ୍ଲାର ସବୁ ବ୍ଲକ ରୁ ଆସିଥିବା କଳାକାର, ଡ୍ରାଇଭର ମହାସଂଘ ର ଡ୍ରାଇଭର ଗଣ, ବିଭିନ୍ନ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ ।