ହଦଗଡ଼ ଡ୍ୟାମ୍‌କୁ ୫୦ବର୍ଷ, ସରୁନି ବିସ୍ଥାପିତଙ୍କ ଦୁଃଖ।


ହାଟଡିହି,: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସାଳନ୍ଦୀ ନଦୀ ଉପରେ ନିର୍ମିତ ହଦଗଡ ଡ୍ୟାମ କୁ ୫୦ ବର୍ଷ ପୂରିବାକୁ ଯାଉଛି । ୧୯୫୯ରେ ସାଳନ୍ଦୀ ନଦୀ ଉପରେ ଡ୍ୟାମ୍ ନିର୍ମାଣ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ ଭିତିପ୍ରସ୍ତର ସ୍ଥାପନ କରିଥିଲେ। ୧୯୭୪ରେ ଡ୍ୟାମ୍ ନିର୍ମାଣ ସମ୍ପୂର୍ଣ ହୋଇ କାର୍ଯ୍ୟକ୍ଷମ ହୋଇଥିଲା। ଏହାର ଜଳଧାରଣ କ୍ଷମତା ମିଲିୟନ କ୍ୟୁବିକ୍ ମିଟର ରହିଛି। ୬୭୨ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଏହି ଜଳଭଣ୍ଡାର ଦ୍ବାରା ଭଦ୍ରକ, ବାଲେଶ୍ଵର ସମେତ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ର ଏକଲକ୍ଷ ୭ ହଜାର ହେକ୍ଟର ଚାଷଜମି ଜଳସେଚିତ ହେଉଛି। ଏହା ଉପରେ ତିନିଟି ଜିଲ୍ଲାର ୩ ଲକ୍ଷରୁ ଊର୍ଦ୍ଧ୍ଵ ଚାଷୀ ନିର୍ଭର କରୁଛନ୍ତି। ଡ୍ୟାମରେ ୮ଟି ଗେଟ୍ ରହିଛି। ଦୁଇଟି ପାହାଡ଼ ମଧ୍ୟରେ ବନ୍ଧ ବନ୍ଧା ଯାଇ ୬୦୧ ଗ୍ରାମ ପାଇଁ ଭିଟାମାଟି ହରାଇ ବିସ୍ଥାପିତ ହୋଇଥିବା ଲୋକଙ୍କ ଦୁଃଖ ସରୁନାହିଁ । ସେମାନେ ଏଯାଏ ଥଇଥାନ ହୋଇପାରିଲେ ନାହିଁ ।ସ୍ଥାନୀୟ ଲୋକଙ୍କ ଚାଷଜମିକୁ ପାଣି ମାଡ଼ିଲା ନାହିଁ। ହଦଗଡ଼ ଡ୍ୟାମ୍ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଥିଲେ ମଧ୍ୟ ଏହାର ପାରିପାର୍ଶ୍ଵକ ବିକାଶ ହୋଇପାରି ନଥିବା ବେଳେ ଇକୋ ଟୁରିଜମ୍ କେବଳ କାଗଜ ରେ ସୀମିତ ରହିଛି। ସେହିପରି ଡ୍ୟାମର ଜଳଧାରଣ କ୍ଷମତା ଦିନକୁ ଦିନ ହ୍ରାସ ପାଉଛି।କେନାଲ ପାଇଁ ଜମି ହରାଇଥିବା ଚାଷୀଙ୍କ ଜମିକୁ ପାଣି ପହଞ୍ଚି ପାରୁନାହିଁ। ହଦଗଡ, କେ, ବାଳିପାଳ, ବାଲିବରେଇ, ସୋସୋ, ପଡ଼ିଆରିପଲ୍ଲୀ, ବାଙ୍ଗୋର, ଧନୁର୍ଜୟପୁର ପଞ୍ଚାୟତର ଚାଷୀମାନେ ଏଠାରୁ ପାଣି ଟୋପାଏ ପାଉନଥିବା କହିଛନ୍ତି । ବର୍ଷାପାଣି ଉପରେ ନିର୍ଭର କରି ଚାଷୀମାନେ ଚାଷ କରିଥାନ୍ତି। ବର୍ଷା ନହେଲେ ମରୁଡ଼ିର ସମ୍ମୁଖୀନ ହେବାକୁ ପଡୁଛି। ପ୍ରଥମେ ହଦଗଡ଼ ଡ୍ୟାମର ବାମ, ଦକ୍ଷିଣ କେନାଲ ଏବେ ବୈତରଣୀ କେନାଲ ପାଇଁ ଏହି ଅଞ୍ଚଳବାସୀ ଜମି ହରାଇଥିଲେ ମଧ୍ୟ ସେମାନଙ୍କ ଚାଷଜମି ଜଳସେଚନରୁ ବଞ୍ଚିତ ହୋଇଛି। ହଦଗଡ଼ ଡ୍ୟାମରୁ କେନ୍ଦୁଝର ଜିଲ୍ଲାର ଲୋକମାନେ ପାଣି ପାଇପାରୁ ନାହାନ୍ତି ବାରମ୍ବାର ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏ ଦିଗରେ କୌଣସି ବ୍ୟବସ୍ଥା କରାଗଲା ନାହିଁ । ବିସ୍ଥାପିତଙ୍କ ସମସ୍ୟା ପ୍ରତି ମଧ୍ୟ ସରକାର ସମ୍ପୂର୍ଣ ଆଖିବୁଜି ଦେଇଛନ୍ତି | ବିସ୍ଥାପିତମାନେ ବାସ କରୁଥିବା କେ, ବାଲିପାଳ ପଞ୍ଚାୟତର ଲୋକଙ୍କୁ ଜମିପଟ୍ଟା ଦିଆଯାଉ ନଥିବାରୁ ସେମାନଙ୍କ ପିଲାମାନେ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛନ୍ତି।ସେହିପରି ହଦଗଡ଼ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଥିଲେ ମଧ୍ୟ ପର୍ଯ୍ୟଟନର ବିଳାଶ ହୋଇପାରିନି। ପାନୀୟଜଳ ସମସ୍ଯା ଥିବାବେଳେ ପର୍ଯ୍ୟଟକଙ୍କ ପାଇଁ ଶୌଚାଳୟଟିଏ ନାହିଁ । ସେହିପରି ୨୦୨୨ରୁ ହଦଗଡରେ ଇକୋ ଟୁରିଜିମ ଘୋଷଣା କରାଯାଇଥିଲେ । ମଧ୍ୟ ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତତ୍କାଳୀନ ମୁଖ୍ୟ ଶାସନ ସଚିବ ହଦଗଡ଼ ଗସ୍ତରେ ଆସି ତୁରନ୍ତ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି କହିଥିଲେ । ପରେ ପରେ ଏଠାରେ ଜଳରାଶି ସମୁଦ୍ରର ଭ୍ରମ ସୃଷ୍ଟି କରିଥାଏ। ଡ୍ୟାମ ନିର୍ମାଣ ସମୟରେ ବିସ୍ଥାପିତ ହୋଇଥିବା ସୁଜନାପାଳ ଗ୍ରାମର ଗ୍ରାମବାସୀ ଏବେ କେ, ବାଲିପାଳ, ପିତାନାଭ, ଦଲକି ଗ୍ରାମର ଲୋକେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବା ପାଇଁ ସିଧାସଳଖ ରାସ୍ତା ନାହିଁ। ଲୋକେ ହୁଲିଡଙ୍ଗା ସାହାଯ୍ୟରେ ଡ୍ୟାମର ପଞ୍ଚାୟତ କୁ ଆସନ୍ତି।ସୁରକ୍ଷା ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଗୁରୁତ୍ଵ ଦେଉ ନାହାନ୍ତି।
ସ୍ଥାନୀୟ ଲୋକଙ୍କ କହିବାଅନୁଯାୟୀ:-
ଇକୋ ଟୁରିଜମ୍‌ ର ସ୍ବପ୍ନ ଦେଖାଇ ସରକାର ଚୁପ୍ ବସିଛନ୍ତି।ପର୍ଯ୍ୟଟନର ବିକାଶ ହୋଇନାହିଁ।ହଦଗଡ଼ ଡ୍ୟାମ ଓ କେନାଲ ନିର୍ମାଣ ପାଇଁ ଆମେ ତିନିଟି ପର୍ଯ୍ୟାୟରେ ଜମି ହରାଇଲୁ। ଅନେକ ଲୋକଙ୍କ ସର୍ବାଧିକ ଚାଷଜମି କେନାଲରେ ଚାଲିଗଲା କିନ୍ତୁ ଆମ ଚାଷଜମି ଜଳସେବଚିତ ହୋଇପାରିଲା ନାହିଁ। ପ୍ରତିବର୍ଷ ଏଠାକାର ଚାଷୀମାନେ ମରୁଡ଼ିର ସମ୍ମୁଖୀନ ହେଉଛନ୍ତି। କୋଟି କୋଟି ଟଙ୍କା ବ୍ୟୟ କରାଯାଇ ସାଳନ୍ଦୀ ସଂସ୍କାର କାର୍ଯ୍ୟ ହେଲା। ଆମ ଅଞ୍ଚଳର ଲୋକେ ଏହି
ସ୍ଥାନରେ ବସତି ସ୍ଥାପନ କରି ରହୁଛନ୍ତି। ଇତି ମଧ୍ୟରେ ୫୦ ବର୍ଷ ବିତି ଯାଇଥିଲେ। ମଧ୍ୟ ସେମାନଙ୍କୁ ଥଇଥାନ କରାଯାଇ ନାହିଁ ଏସବୁ ଗାଁକୁ ସବୁଦିନିଆ ରାସ୍ତା ନଥିବା ବେଳେ ବିଦ୍ୟୁତ୍, ପାନୀୟଜଳ, ଶିକ୍ଷା ଓ ସ୍ବାସ୍ଥ୍ୟସେବା ପରି ମୌଳିକ ସୁବିଧା ଡ୍ୟାମ୍ ନିର୍ମାଣ ପରେ ହୋଇ ପାରି ନାହିଁ। ସୁବିଧାରୁ ବଞ୍ଚିତ ହୋଇ ଲୋକେ ଦୟନୀୟ ଅବସ୍ଥା ଭିତରେ ୭ କିଲୋମିଟର ରାସ୍ତା ଅତିକ୍ରମ କରି ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଛନ୍ତି। ଜଳଭଣ୍ଡାର ପାଣିର ସୁପରିଚାଳନା ପାଇଁ ବିଦ୍ୟାଧରପୁର ରେ ନିର୍ମାଣ ହୋଇଛି ଏକ ଆନିକଟ ଏଠାରୁ ଭଦ୍ରକ, ବାଲେଶ୍ଵର ସମେତ ହାଟଡିହି ବ୍ଲକର କିଛି ଅଞ୍ଚଳକୁ ଜଳସେଚନ କରାଯାଇଛି। ଏହି ଡ୍ୟାମ୍ ଓହଦଗଡ଼ ନଦୀବନ୍ଧ ନିର୍ମାଣ ସରକାରଙ୍କ ଏକ ସୁଫଳ ପାଇଲେ ନାହିଁ। ବଡ଼ ପଦକ୍ଷେପ । କିନ୍ତୁ ଏଥିପାଇଁ ଜମି ହରାଇ ବିସ୍ଥାପିତ ହୋଇଥିବା ଲୋକଙ୍କ କଥାକୁପ୍ରସ୍ତାବରେ ରହିଗଲା।