Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେବଗଡ଼ ନୀଳବେର୍ଣ୍ଣି ସାହିରେ ଦଶହରା ଖେଳ ଓ ନୃତ୍ୟ ପ୍ରତିଯୋଗିତା

ଦେବଗଡ ପୌରାଂଚଳ ନୀଳବେର୍ଣ୍ଣି ସାହିରେ ରାଜୀବ ଗାନ୍ଧୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଶନିବାର ରାତି ୧୦ ଟା ସମୟରେ ଦଶହରା ଖେଳ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିଖ ଦର୍ଶକଙ୍କ ଭିଡ ଦେଖରବାକୁ ମିଳିଥିଲା । ରାଜୀବ ଗାନ୍ଧୀ ଯୁବକ ସଂଘର ସଦସ୍ୟ ମାନଙ୍କ ମିଳିତରେ ହୋଇଯାଇଥିବା ଦଶହରା ଖେଳ ଓ ନୁର୍ତ୍ୟ ପ୍ରତିଯୋଗିତା ହୋଇଯାଇଛି।ଏଥିରେ ମୂଖ୍ୟ ଅତିଥି ଭାବେ ଦେବଗଡ ଜିଲ୍ଲା କଂଗ୍ରେସ କମିଟି ସଭାପତି ସେମ ହେମ୍ରମ ଏବଂ ସମ୍ମାନୀତ ଅତିଥି ଭାବେ ଦେବଗଡ ପୌର ପରିଷଦ ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ, ଡ଼କ୍ଟର ଉଇଲିୟମ ହେଣେଜ, କାଉନସିଲର ସରୋଜିନୀ ମୁଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ ସହ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ପ୍ରିତମ କୁମାର ବେହେରା ଏବଂ ସ୍ମୃତିଶ୍ଵରୂପା ପାତ୍ରର ନୁତ୍ୟ ପ୍ରତିଯୋଗିତା ଉଦଘୋଷକ ଭାବେ କାର୍ଯ୍ୟକ୍ରମର ପରିଚାଳନା କରିଥିବା। ନୂତ୍ୟ ପ୍ରତିଯୋଗିତାର ଜଜ ଭାବେ ଶିବାଶିଷ ଝାଙ୍କର, ସନ୍ତୋଷ କୁମାର ସାହୁ ଏବଂ ଡ଼ଲିରାଣୀ ପ୍ରଧାନ ବିଚାରକ ଭାବେ ଯୋଗ ଦେଇଥିଲେ ।ହୋଇଯାଇଥିବା ନୂତ୍ୟ ପ୍ରତିଯୋଗିତା ପ୍ରଥମ ସ୍ଥାନ ଆଙ୍କୁ ରଞ୍ଜନ ସ୍ୱାଇଁ, ଦ୍ୱିତୀୟ ସ୍ଥାନ ରେଶମା ନାଏକ, ତୃତୀୟ ସ୍ଥାନ ଗ୍ରହନ କରିଥିଲେ ମୋହନ ଆଦର୍ଶ ଗ୍ରୁପ ପୁରଷ୍କୃତ ହୋଇଥିଲା।ଧିମା ଧିମା ଶିତ କାକର ରାତିରେ କଳାକାର ମାନଙ୍କ ନୂତ୍ୟର ତାଳେ ତାଳେ ଦର୍ଶକ ମଧ୍ୟ୍ୟ ମନମୁଗ୍ଧ ହୋଈ ନାଚିଉଠିଥିଲେ