Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ଆମ ଓଡିଶା ନବୀନ ଓଡିଶା’ ଶୁଭାରମ୍ଭରେ ସାମିଲ ହେବେନି ସରପଞ୍ଚ୍ ।

ସମ୍ବଲପୁର,ତା୩୦।୧୦: (ରମାକାନ୍ତ ବିଶ୍ବାଳ)
ସରପଞ୍ଚ୍ ମାନଙ୍କ ଆନ୍ଦୋଳନ ସରିନି।ସରକାରଙ୍କ ଭରସାରେ କେବଳ ସ୍ଥଗିତ ରହିଛି।୧ ମାସ ମଧ୍ୟରେ ସରକାର ୧୫ ଦଫା ଦାବି ପୂରଣ ନେଇ ଘୋଷଣା କରିବାକୁ ରାଜ୍ୟ ସରପଞ୍ଚ୍ ସଂଘ କହିଥିବା ବେଳେ ଏବେ ସଂଘ ଓ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ମାସେ ପୁରିବାକୁ ବସିଲାଣି। ଏଦିଗରେ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରି ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାରେ ଆସନ୍ତା ନଭେମ୍ବର ୪ ତାରିଖ ଦିନ ୧୨ ଟାରେ ଆମ ଓଡିଶା ନବୀନ ଓଡିଶା ଯୋଜନାର ଶୁଭାରମ୍ଭ ପାଇଁ ସରକାର ଧାର୍ଯ କରି ଥିବା ଓ କେଉଁ ସବୁ ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧି ସବୁ ଭାଗ ନେବେ ତାର ଏକ ତାଲିକା ପ୍ରସ୍ତୁତ କରିଛନ୍ତି।ଭିଡିଓ କନଫରେନ୍ସ ମାଧ୍ୟମରେ ସମ୍ବଲପୁର ଜିଲ୍ଲାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ତାରିଖ ଦିନ ଏହାକୁ ଶୁଭାରମ୍ଭ କରିବାକୁ ଦିନ ଧାର୍ଯ୍ୟ କରି ଏଥିରେ ଅନ୍ୟ ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହିତ ଜିଲ୍ଲାର ମୋଟ ୫ ଜଣ ସରପଞ୍ଚ୍ ଙ୍କୁ ଅଂଶ ଗ୍ରହଣ କରିବାକୁ କୁହାଯାଇଛି । ତେବେ ୧୫ ଦାବି ମଧ୍ୟରେ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାର ସଂଶୋଧନ ଏକ ମୁଖ୍ୟ ଦାବି ଓ ଏହି ଯୋଜନା ପଲ୍ଲୀସଭା ଓ ଗ୍ରାମସଭା ମାଧ୍ୟମରେ ଅନୁମୋଦନ କରି ସରପଞ୍ଚ୍ ମାନଙ୍କୁ କ୍ଷମତା ପ୍ରଦାନ କରିବାକୁ ରାଜ୍ୟ ସଂଘ ମୁଖ୍ୟ ପ୍ରସଙ୍ଗ କରିଥିବା ବେଳେ ଏହାର ପୁନଃବିଚାର କରାନଯାଇ ତରବରିଆ ଭାବେ ଯେଉଁଭଳି କାର୍ଯ୍ୟକାରି କରିବାକୁ ସରକାର ଯୋଜନା କରୁଛନ୍ତି ତାହା ସପକ୍ଷରେ ସମ୍ବଲପୁର ଜିଲ୍ଲା ସଂଘ ନାହିଁ। ସରକାରଙ୍କ ଏହି ମହତ ଯୋଜନା ସଫଳତା ହାସଲ କରିବା ବଦଳରେ ଦଳିୟ ଠିକା ରାଜନିତିରେ ଫସର ଫାଟିବା ଆଶଙ୍କା ରହିଥିବା ସଂଘ କହିଛି । ପୁଣି ଯେଉଁ ସବୁ କାର୍ଯ୍ୟ ପାଇଁ ତାଲିକା ପ୍ରସ୍ତୁତ ହୋଇଛି ତାହା କୌଣସି ଜନ ଅଭିଯୋଗ ଶିବିରରେ ସଂଗ୍ରହ ହୋଇନି । ଏହା ରାଜନୈତିକ ଉଦ୍ଦେଶ୍ଯ ମୂଳକ ଓ ଲୋକ ଦେଖାଣିଆ ବୋଲି ସଂଘ ଅଭିଯୋଗ କରି ପଲ୍ଲୀ ଓ ଗ୍ରାମସଭାକୁ ଗୁରୁତ୍ୱ ଦେବାକୁ ବର୍ତ୍ତମାନ ମଧ୍ୟ ଦାବି କରୁଥିବା ନେଇ ସଂଘର ଉପଦେଷ୍ଟା ଡା.ରାଜାରାମ ଷଡଙ୍ଗୀ କହିଛନ୍ତି।ଜିଲ୍ଲା ସଂଘ ସହିତ ଆଲୋଚନା କରି ଉପଦେଷ୍ଟା ଏକ ପ୍ରେସ ବିବୃତିରେ କହିଛନ୍ତି ଯେ ଏଭଳି ଏକ ମହତ ଯୋଜନାରେ ସମସ୍ତ ପଞ୍ଚାୟତ ପ୍ରତିନିଧିଙ୍କୁ ସାମିଲ କରାଯିବା କଥା।ତାହା କରାନଯାଇ ଜିଲ୍ଲାରୁ କେବଳ ୫ ଜଣ ସରପଞ୍ଚ୍ ଙ୍କୁ ଏଥିରେ ସାମିଲ କରାଯାଇଛି।ଏହାକୁ ଜିଲ୍ଲା ସରପଞ୍ଚ୍ ସଂଘ ନାପସନ୍ଦ କରି ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ କୌଣସି ଜଣେ ମଧ୍ୟ ସରପଞ୍ଚ୍ ସାମିଲ ହେବେ ନାହିଁ ବୋଲି ରୋକଠୋକ୍ କହିଛନ୍ତି। ସରପଞ୍ଚ୍ ମାନଙ୍କ ସାମୁହିକ ସ୍ୱାର୍ଥ ନେଇ ସରକାରଙ୍କ ଏଭଳି ନିଷ୍ପତ୍ତିରେ କୌଣସି ସରପଞ୍ଚ୍ ଭାଗ ନେବେ ନାହିଁ ବୋଲି ସଂଘ ନିଷ୍ପତ୍ତି ନେଇଛି। ସରପଞ୍ଚ୍ ମାନଙ୍କ ଦାବି ସଂପର୍କରେ ସରକାର ବିଚାର ନକଲା ଯାଏ ସଂଘର ନିର୍ଦ୍ଦାରିତ ନିଷ୍ପତ୍ତି ଅନୁଯାୟୀ ସରପଞ୍ଚ୍ ସମୂହ କୌଣସି ସରକାରୀ କାର୍ଯ୍ୟକ୍ରମରେ ଭାଗ ନେବେ ନାହିଁ,ଏପରିକି ଜିଲ୍ଲା ସରପଞ୍ଚ୍ ସଂଘ ସଭାପତି ଓ ଅନ୍ୟ ସରପଞ୍ଚ୍ ମାନେ ମଧ୍ୟ ଏଥିରୁ ନିବୃତ ରହିବେ ବୋଲି ଏକ ପ୍ରେସ ବିବୃତିରେ ସଂଘ ପକ୍ଷରୁ ଜିଲ୍ଲା ସଂଘ ଉପଦେଷ୍ଟା ଡା.ରାଜାରାମ ଷଡଙ୍ଗୀ ସ୍ୱଷ୍ଟ କରିଦେଇଛନ୍ତି।ଗ୍ରାମ ବିକାଶରେ ସରପଞ୍ଚ୍ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଓ ଏହାକୁ କୌଣସି ସ୍ତରରେ ଗୌଣ କରିବାକୁ ଚେଷ୍ଟା କଲେ ସରପଞ୍ଚ୍ ସଂଘ ଏଥିରେ ସହଯୋଗ କରିବାର ପ୍ରଶ୍ନ ଉଠୁନୁ ବୋଲି ଜିଲ୍ଲା ସଂଘ ରୋକଠୋକ ଚେତାଇ ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories