Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋରୁ ଚୋରକୁ କାବୁ କରି ପୁଲିସର ଜିମା ଦେଲେ ଗ୍ରାମବାସୀ

ଦେବଗଡ଼: ଧରାପଡିଲା ଗୋରୁ ଚୋର । ଗୋରୁ ଚୋରକୁ କାବୁ କରି ପୁଲିସର ଜିମା ଦେଲେ ଗ୍ରାମବାସୀ । ଏଭଳି ଘଟଣା ଘଟିଛି ବାରକୋଟ ଥାନାଂଚଳର ଵମ୍ପପରଡା ପଞ୍ଚାୟତ ଅନ୍ତର୍ଗତ କତରାପାଲି ଗ୍ରାମରେ । ଧରାପଡିଥିବା ଚୋର ମୟୁରଭଞ୍ଜ ଜିଲ୍ଲା ତେନ୍ତଳାପଶି ଗ୍ରାମର ସାରଦା ହୁସେନ ବୋଲି ଜଣାପଡିଛି ।ମିଳିଥିବା ସୂଚନା ଅନୁଯାୟୀ, କତରାପାଲି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଗୋରୁ ଚୋର କୁ କାବୁ କରି ଥାନାରେ ଜିମା ଦେଇଛନ୍ତି ଗ୍ରାମବାସୀ । ଗତ କିଛି ଦିନ ହେଲା ସେହି ଅଞ୍ଚଳରେ ଗୋରୁ ଚୋରମାନେ ସ୍କୋର୍ପିଅରେ ଆସି ଗୋରୁ ଚୋରୀ କରୁଥିଲେ। ପାଞ୍ଚ ରୁ ଛଅ ଜଣ ଚୋର ଆସି ସଂପୃକ୍ତ ଅଞ୍ଚଳରେ ରଜାମୁଣ୍ଡା, କତ୍ରାପାଲି, ବଂପରଡା ଗ୍ରାମ ରେ ଗୋରୁ ଓଛେଳି ଚୋରୀ କରୁଥିଲେ। ଗତକାଲି ରାତିରେ ଚୋରମାନେ ବିଭିନ୍ନ ଲୋକଙ୍କ ଗୁହାଳରୁ ଛଅଟି ଗୋରୁ ଚୋରିକରି ଗାଡିରେ ନେବାପାଇଁ ଯୋଜନା କରୁଥିବା ବେଳେ ଗ୍ରାମବାସୀ ମାନେ ମାଡିବସିଥିଲେ। ଜଣେ ଚୋରକୁ ଧରିବାରେ ଗ୍ରାମବାସୀ ସକ୍ଷମ ହୋଇଥିବା ବେଳେ ଗୋଟିଏ ଗୋରୁ ସହ ଅନ୍ୟ ୩ଜଣ ସ୍କୋର୍ପିଅ ଗାଡି ସହ ଫେରାର ମାରିଥିଲେ । ଧରାପଡିଥିବା ଚୋର ସାରଦାକୁ ଗ୍ର‌ାମବାସୀ ଅଟକ ରଖିବା ପରେ ଆଜି ସକାଳେ ବାରକୋଟ ଥାନା ପୁଲିସକୁ ସୂଚନା ଦେଇଥିଲେ । ଖବରପାଇ ବାରକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାରଦାକୁ ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରୀ ରଖିଥିବାବେଳେ ତାଙ୍କ ନିକଟରୁ ପାଞ୍ଚଟି ଗୋରୁ ଉଦ୍ଧାର କରାଯାଇଛି।