Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଲପୁର ଠେଲକୋଲୋଇ ଜେଏସଡବ୍ଲୁ ବିପିଏସଏଲ ପକ୍ଷରୁ ଫିଟନେସ ପ୍ରୋଗ୍ରାମ ଆୟୋଜିତ।

ସମ୍ବଲପୁର-୧୫/୧୧ (ରମାକାନ୍ତ ବିଶ୍ବାଳ)
ସମ୍ବଲପୁର ଠେଲକୋଲେଇ ସ୍ଥିତ ଜେଏସଡବ୍ଲୁ ବିପିଏସଏଲ ପକ୍ଷରୁ ଠେଲକୋଲେଇ ତଥା ଆଖପାଖ ଗ୍ରାମବାସୀଙ୍କୁ ଫିଟ୍ ରଖିବା ପାଇଁଁ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଏଥିପାଇଁ ଠେଲକୋଲେଇ ସ୍ଥିତ ଜେଏସଡବ୍ଲୁ ବିପିଏସଏଲ ପକ୍ଷରୁ ୩ ଦିନିଆ ସ୍ୱତନ୍ତ୍ର ଆଉଟ୍ ଡୋର ଫିଟନେସ କାର୍ଯ୍ୟକ୍ରମ କୁ ଆରମ୍ଭ କରାଯାଇଛି । ୩ ଦିନ ଧରି ଠେଲକୋଲେଇ ସ୍ଥିତ ଖେଳପଡିଆ ଠାରେ ଅନୁଷ୍ଠିତ ଏହି  ସ୍ୱତନ୍ତ୍ର ଫିଟନେସ କାର୍ଯ୍ୟକ୍ରମ ରେ ମୁମ୍ବାଇ ରୁ ଆସିଥିବା ସ୍ୱତନ୍ତ୍ର ପ୍ରଶିକ୍ଷଣ ମାନଙ୍କ ଦ୍ୱାରା ଶରୀର କୁ କିଭଳି ଫିଟ୍ ରଖାଯାଇ ପାରିବ  ସେନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏଥିସହ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ପ୍ରକାର ଫିଟନେସ ଉପରେ ଆଧାରିତ କୌଶଳ କୁ ପ୍ରଦର୍ସନ କରାଯାଇଥିବା ସହ ଏକ ୱକାଥନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।  କିଭଲି ନିଜ ଶରୀରକୁ ଫିଟ ରଖିବା ଏହାର ମୁଖ୍ୟ ଲକ୍ଷ୍ୟ ବୋଳି ଲୋକଙ୍କୁ ସଚେତନ କରାଯାଇଥିଲା ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ଏହି ଶିଵିରରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜେଏସଡବ୍ଲୁ ବିପିଏସଏଲ ର  ପ୍ରେସିଡେଣ୍ଟ ତଥା ମୁଖ୍ୟ ଅନିଲ ସିଂ  ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ,ପରେ ଗ୍ରାମ ତଥା ଆଖପାଖ ଅଂଚଳ ର ଯୋଗଦେଇଥିବା ସମସ୍ତ ସଦସ୍ୟ ମାନେ ଗ୍ରାମ ଚାରିପଟେ ପ୍ରାୟ ୩ କିଲୋମିଟର ଦୌଡି ଆସି ଯୋଗ ପଡ଼ିଆ ରେ ଯୋଗାଭ୍ୟାସ କରିଥିଲେ। ଆଜିଠୁ ପ୍ରତି ସପ୍ତାହ ରେ ତିନିଦିନ ଲେଖାଏଁ  ଏହି ଶିବିର ଅନୁଷ୍ଟିତ ହେବବୋଲି ପ୍ରକାଶ କରାଯାଇଥିଲା। ଏହି ସିବିର ରେ ଠେଲକୋଲୋଇ ସରପଞ୍ଚ ଶ୍ରୀମତୀ ଅବନ୍ତି ନାୟକ,ଜେ ଏସ ଡବ୍ଲୁ କଂପାନୀ ର H R ଭାଇସ ପ୍ରେସିଡେଣ୍ଟ ଶ୍ରୀ ଜେ ପି ସିଂହ, ସିକ୍ୟୁରୀଟି ଏଣ୍ଡ ବିଜନେସ ର ଏ ଭି ପି ଶ୍ରୀ ମନୋଜ ସିଂହ ଙ୍କ ସହ ସି ଏସ ଆର ର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ।