Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୩ ରୁ ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବ

ଦେବଗଡ଼:ଅଗ୍ରଣୀ ଅନୁଷ୍ଟାନ ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ ପକ୍ଷରୁ ଭାରତ ସରକାରଙ୍କ ସଂସ୍କୃତି ବିଭାଗ, ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସଙ୍ଗୀତ ନାଟକ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ପରିଷଦର ସହଯୋଗରେ ଆସନ୍ତା ୧୩ ରୁ ୧୮ ପର୍ଯ୍ୟନ୍ତ ୧୯ ତମ ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହେବ । ସ୍ଥାନୀୟ ଟାଉନ ହଲ ଠାରେ ଉକ୍ତ ମହୋତ୍ସବ ଅନୁଷ୍ଠିତ ହେବା ସହିତ ଚଳିତ ବର୍ଷ ପ୍ରଥମ ଥର ପାଇଁ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଯଥା ଚିତ୍ରାଙ୍କନ, ପ୍ରବନ୍ଧ, ଲିଖନ, ହସ୍ତାକ୍ଷର ଲିଖନ, ସଙ୍ଗୀତ, ନୃତ୍ୟ ଏବଂ ଏକକ ଅଭିନୟ ଅନୁଷ୍ଠିତ ହେବ ଅନୁଷ୍ଟାନର ସଂପାଦକ ସୁଜିତ ପାତ୍ର ସୂଚନା ଦେଇଛନ୍ତି । ୧୩ ତାରିଖ ଦିନ ପଦ୍ମପୁରର ଲୁ ଅନୁଷ୍ଟାନ ପକ୍ଷରୁ ସମ୍ବଲପୁରୀ ନାଟକ ‘ପଏର୍ଚ୍ଛା ସତୀ’, ୧୪ ତାରିଖ ଦିନ ମଣିପୁର ଇମ୍ଫାଲର ଲେମା ରେମ୍ବି ଆର୍ଟ ଏଣ୍ଡ କଲଚରାଲ ଏସୋସିଏସନ ପକ୍ଷରୁ ମଣିପୁରୀ ନାଟକ ‘ନୁପିଗି ପଙ୍ଗଲ ’, ୧୫ ତାରିଖ ଦିନ ପ୍ରଥମ ନାଟକ ଭୁବନେଶ୍ବରର ନବୀନ ବର୍ଣ୍ଣାଳୀ ଥିଏଟର ନାଟକ ‘ବାଇ ଚଢେଇର ଡେଣା’ ଓ ଦ୍ବିତୀୟ ନାଟକ ପଶ୍ଚିମବଙ୍ଗ ଝାରଗ୍ରାମର କଥାକୃତି ନାଟ୍ୟ ସଂସଦ ପକ୍ଷରୁ ବେଙ୍ଗଲୀ ନାଟକ ‘ଉଝ୍ୟ ସମ୍ବାଦ’, ୧୬ ତାରିଖ ଦିନ ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ ପକ୍ଷରୁ ‘ନିଃସଙ୍ଗ କପତି’, ୧୭ ତାରିଖ‌ ଦିନ ଢେଙ୍କାନାଳର ଅଲଟରନେଟିଭ ରିଦିମ ଥିଏଟର ପକ୍ଷରୁ ନାଟକ ‘ଅଧା ଅଧା‘ ଓ ୧୮ ତାରିଖ ଦିନ ଭୁବନେଶ୍ବରର ବିଦ୍ୟାକନକ ସୃଜନ ଅନୁଷ୍ଟାନ ପକ୍ଷରୁ ‘ଶୁଣନ୍ତୁ ହେ ଅଭିମନ୍ୟୁ ମାନେ’ ନାଟକ ମଂଚସ୍ଥ ହେବ ।