Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମାଲଗୁଣ୍ଡ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ

ସମ୍ବଲପୁର-୦୯/୧୨ (ରମାକାନ୍ତ ବିଶ୍ବାଳ)
କେନ୍ଦ୍ର ସରକାର ଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା ନେଇ ଆଜି ସମ୍ବଲପୁର ଜିଲ୍ଲା ମାଲଗୁଣ୍ଡ ଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ନେଇ ଆସିଥିବା ରଥକୁ ସ୍ୱାଗତ କରାଯାଇଥିଲା l ଆମ ସଂକଳ୍ପ ବିକଶିତ ଭାରତ ଲକ୍ଷ କୁ ସାଧିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଙ୍କ ପ୍ରତକ୍ଷ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ସାରା ଦେଶରେ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l ଏହି ପରିପେକ୍ଷୀ ରେ ଆଜି ଜିଲ୍ଲାର ମାଲଗୁଣ୍ଡ ଠାରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଙ୍ଗାଲି ବିଧାୟକ ନାଉରି ନାଏକ ଙ୍କ ସମେତ ଜିଲ୍ଲା ଓ ବ୍ଲକ ପ୍ରଶାସନ ର ବହୁ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମ ରେ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି 2047 ପର୍ଯ୍ୟନ୍ତ ବିକଶିତ ଭାରତ ଗଠନ କରିବା ପାଇଁ କେନ୍ଦ୍ର ସରକାର ଙ୍କ ଯେଉଁ ସଂକଳ୍ପ ରହିଛି ତାହାକୁ ଦୋହରାଇ ଥିଲେ l ଏଥିସହ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକ ଉପରେ ସେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଲାଗିଥିବା ବିଭିନ୍ନ ଷ୍ଟଲ କୁ କେନ୍ଦ୍ରମନ୍ତ୍ରୀ ବୁଲି ଦେଖିବା ସହ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ବ୍ୟକ୍ତି ବିଶେଷ ତଥା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ l କେନ୍ଦ୍ରମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଅବସରରେ ନମୋ ଡ୍ରୋନ ଦିଦି କାର୍ଯ୍ୟକ୍ରମର ମଧ୍ୟ ଶୁଭଆରମ୍ଭ କରିଥିଲେ l