Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମିଟିକା ଗୁମାନ ସମାରୋହ -ଚାରିଜଣ ବିଶିଷ୍ଟ ପ୍ରତିଭା ସମ୍ମାନିତ ।

ସମ୍ବଲପୁର-୧୧/୧୨ (ରମାକାନ୍ତ ବିଶ୍ବାଳ)
ସମ୍ବଲପୁର ବିଶ୍ବବିଦ୍ୟାଳୟର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ସ୍ଥାପନା ଚେରିଟାବଲ ଟ୍ରଷ୍ଟ ପକ୍ଷରୁ “ମିଟିକା ଗୁମାନ ସମାରୋହ-2023” ଆୟୋଜିତ ହୋଇ ଯାଇଛି I ଏହି ସମାରୋହରେ ବହୁ କଳାକାର, ଶିଳ୍ପୀ, ବୁଦ୍ଧିଜିବୀ ଓ ସାଧାରଣ ଜନତା ଯୋଗ ଦେଇଥିଲେ I ଏହି ସମ୍ବଲପୁରୀ ଭାଷା, ସଂସ୍କୃତି , କଳା ତଥା ସମାଜସେବା କ୍ଷେତ୍ରରେ ଚାରିଜଣ ବିଶିଷ୍ଟ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା ଦିଆଯାଇ ଥିଲା। ପଦ୍ମଶ୍ରୀ ହଳଧର ନାଗଙ୍କୁ ମିଟି କା ଗୁମାନ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ସଂଗୀତଜ୍ଞ ରମେଶ ମହାନନ୍ଦଙ୍କୁ ଆମ ମାଟିର କଳା ସମ୍ମାନ, ଅଭିନେତ୍ରୀ ଡ. ତପସ୍ମିନୀ ଗୁରୁଙ୍କୁ ସ୍ଥାପନା କଳା ସମ୍ମାନ ଓ ସମାଜସେବୀକା ପ୍ରାଧ୍ୟାପିକା ମୀନା ମହାରଣାଙ୍କୁ ସ୍ବପ୍ନ ବିନୋଦିନୀ ସମ୍ମାନରେ ସମ୍ମାନିତ କରାଯାଇଥିଲା I ଏହା ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଅନେକ କଳାକାର, ଶିଳ୍ପୀ, କ୍ରୀଡାବିଦ୍ ଆଦିଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା I ସମାରୋହରେ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଡ: ବିଧୁଭୂଷଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଜାଗରଣ ଆଣିବା ପାଇଁ ପରାମର୍ଶ ଦେଇଥିଲେ । ଅନୁଷ୍ଠିତ ସଭାରେ ଟ୍ରଷ୍ଟର ସଂସ୍ଥାପିକା ନିବେଦିତା ନାୟକ ଅଧ୍ୟକ୍ଷତା କରିଥିଲେ ଏବଂ ମୁଖ୍ୟ ବକ୍ତା ଭାବେ ସମ୍ବଲପୁର ବିଶ୍ବବିଦ୍ୟାଳୟ ରେଜିଷ୍ଟାର ଡ: ନୃପରାଜ ସାହୁ ଉଦବୋଧନ ଦେଇଥିଲେ I ଏହି ଅବସରରେ ରାଜ୍ୟ ସ୍ତରୀୟ ଏକ ବୈଦ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏବଂ ପଶ୍ଚିମ ଓଡିଶା ବିକାଶରେ ପଶ୍ଚିମ ଓଡିଶାବାସୀଙ୍କ ଭୂମିକା ଶୀର୍ଷକ ବିଷୟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଟିତ ହୋଇଥିଲା I ଏଥିରେ ବରିଷ୍ଠ ସାମ୍ବାଦିକ, ଲେଖକ ଗୋରେଖନାଥ ସାହୁ,ସାମ୍ବାଦିକ, ଲେଖକ ଦୀପକ ପଣ୍ଡା, ଡ: ରଘୁନାଥ ମେହେର, ଗୌର ମିଶ୍ର, ରମେଶ ମହାନନ୍ଦ, ଡ: ତପସ୍ମିନୀ ଗୁରୁ , ଡ: ଘାସିରାମ ମିଶ୍ର , ଗୋପାଳକୃଷ୍ଣ ଦାସ , ଇଂ. ଦେବାଶିଷ ମଲ୍ଲିକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ I କାର୍ଯ୍ୟକ୍ରମକୁ ସରୋଜ କୁମାର ଭୂୟାଁ ତଥା ଗୁନ୍ ଗୁନ୍ ସଂଯୋଜନା କରିଥିଲେ I