Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଶିମିଳିପାଳ ଅଭୟାରଣ୍ୟରେ ଅଛନ୍ତି ୩୫ ମହାବଳ ବାଘ, ଗଣନା ସରିଲେ ଚିତ୍ର ସ୍ପଷ୍ଟ ହେବ

ଭୁୁବନେଶ୍ୱର: ଶିମିଳିପାଳ ଅଭୟାରଣ୍ୟରେ ଅଛନ୍ତି ୩୫ ମହାବଳ ବାଘ । ବାଘ ଗଣନା ବେଲେ କ୍ୟାମେରା ଟ୍ରାପରୁ ଏହି ସୂଚନା ସାମ୍ନାକୁ ଆସିଛି । ଏ ନେଇ ସୋମବାର ସୂଚନା ଦେଇଛନ୍ତି ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ନିର୍ଦ୍ଦେଶକ । ସେ କହିଛନ୍ତି ଗଣନା ଚାଲିଛ । ଏ ପର୍ଯ୍ୟନ୍ତ ୩୫ ମହାବଳ ଥିବା ଜଣା ପଡିଛି । ଗଣନା ସରିଲେ ଏହା ସ୍ପଷ୍ଟ ଜଣାପଡିବ ବୋଲି ନିର୍ଦ୍ଦେଶକ କହିଛନ୍ତି ।

ସୂଚନାଯୋଗ୍ୟ, ନଭେମ୍ବର ୧ରୁ ରାଜ୍ୟରେ ହେବ ବାଘ ଗଣନା ଜାରି ରହିଛି। ପ୍ରଥମ ଥର ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହି ବାଘ ଗଣନା କରାଯାଉଛି। ଆଉ ଜାନୁଆରୀ ୩୧ ତାରିଖ ସୁଦ୍ଧା ବାଘସଂଖ୍ୟା ନେଇ ରିପୋର୍ଟ ପ୍ରକାଶ ପାଇବ। ରାଜ୍ୟରେ ୨୦ଟି ବାଘ ଥିବା କେନ୍ଦ୍ର କହୁଥିବା ବେଳେ ୨୫ଟି ବାଘ ଥିବା ରାଜ୍ୟ ଦାବି କରିଥିଲା। ଏହା ବ୍ୟତୀତ ଆସନ୍ତା ଏପ୍ରିଲରୁ ହାତୀ ଗଣନା ମଧ୍ୟ ହେବ ବୋଲି ପିସିସିଏଫ୍ କହିଥିଲେ। ଆଉ ଏ ପର୍ଯ୍ୟନ୍ତ ବାଘ ଗଣନାରୁ କେବଳ ଶିମିଳିପାଳରେ ୩୫ ମହାବଳ ବାଘ ଥିବା ଜଣା ପଡିଛି ।