ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ, ସହର ମୁହଁା ହାତୀ ପଲ


ଦେବଗଡ଼:ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ । ତିଲେଇବଣି ବ୍ଲକର ବାସୁଦେବପୁର, ଧାତକିପଶି, ପଥୁରିସାହି, କଲଣ୍ଡା, ଚଡକମରା ଗ୍ରାମରେ ୩୬ ଟିକିଆ ହାତୀ ପଲ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ କରିଥିଲେ । ଗତକାଲି ବିଳମ୍ବିତ ରାତିରେ ପୌରାଚଂଳର ମୋହିନୀପୁର ଓ ପୁରୁଣାଗଡ ଅଂଚଳରେ ବ୍ୟାପକ ଫସଲ ନଷ୍ଟ କରିବା‌ ସହିତ ଆଜି ତିଲେଇବଣି ବ୍ଲକର କୁରୁଡ ଗ୍ରାମର ବୀରବର ସାହୁ, ପୁର୍ଣ୍ଣଚନ୍ଦ୍ର ବେହେରା ଓ ଲୁଧା ବେହେରାଙ୍କ ପନିପରିବା ଚାଷ ନଷ୍ଟ କରିଥିବା ଜଣାପଡିଛି । କିଛି ଦିନ ହେଲା ହାତୀ ପଲ ଗ୍ରାମାଚଂଳରେ ବିଭିନ୍ନ ଫସଲ ନଷ୍ଟ କରିଥିବାବେଳେ ଏବେ ସହରମୁହଁା ହୋଇଛନ୍ତି । ଅନ୍ୟପଟେ ଉକ୍ତ ହାତୀ ପଲକୁ ବନବିଭାଗ ପକ୍ଷରୁ ଘୋଊଡାଇବା ପାଇଁ ବିଭିନ୍ନ ଉଦ୍ୟମ କରାଯାଉଥିବାବେଳେ ସେମାନେ ବୋଲ ମାନୁ ନଥିବା ଯୋଗଁୁ ଚିନ୍ତାରେ ପଡିଛି ବନବିଭାଗ । ବର୍ତ୍ତମାନ ଉକ୍ତ ହାତୀ ପଲ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଥିବାବେଳେ ସେମାନଙ୍କ ଗତିବିଧି ଉପରେ ବନବିଭାଗ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି । ଅନ୍ୟପଟେ ଫସଲ ନଷ୍ଟ ହୋଇଥିବା ଚାଷୀମାନଙ୍କୁ ସେମାନଙ୍କର କ୍ଷୟକ୍ଷତିର ଆକଳନ କରାଯାଇ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସାଧାରଣରେ ଦାବି ହୋଇଛି ।