Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଶିଷ୍ଟ ନାରୀ ନେତ୍ରୀ ସମାଜସେବୀ କ୍ରିଷ୍ନା ମହାରଣା ଙ୍କ ପରଲୋକ ।

ସମ୍ବଲପୁର/ ରେଙ୍ଗାଲି-୨୮/୧୨ (ରମାକାନ୍ତ ବିଶ୍ୱାଳ)
ବିଶିଷ୍ଟ ନାରୀନେତ୍ରୀ ସମାଜସେବୀ ପୂର୍ବତନ ସମିତି ସଭ୍ଯା କ୍ରିଷ୍ନା ମହାରଣା ଙ୍କ ବୁଧବାର ରାତି ପ୍ରାୟ ୮ଟା ସମୟ ରେ ରେଙ୍ଗାଲି ସ୍ଥିତ ବାସଭବନ ରେ ପରଲୋକ ହୋଇ ଯାଇଛି। ମୃତ୍ଯୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। କ୍ରିଷ୍ନା ମହାରଣା ସିପିଆଇ ର ଜଣେ ଆଗଧାଡି ର ନେତ୍ରୀ ଭାବରେ ପରିଚିତ ଥିଲେ। ରେଙ୍ଗାଲି ଅଞ୍ଚଳ ରେ ସେ କୁରେଇ ନାନୀ ରୂପେ ପରିଚିତ ଥିଲେ। ମହିଲା ସଶକ୍ତିକରଣ ର ଏକ ଜ୍ବଳନ୍ତ ଉଦାହରଣ ହୋଇଥିବା କ୍ରିଷ୍ନା ମହାରଣା ନିର୍ଭିକ,ସ୍ପଷ୍ଟବାଦୀ ଓ ପରୋପକାରୀ ମହିଲା ଭାବରେ ଜଣାଶୁଣା ଥିଲେ ଉଲ୍ଲେଖନୀୟ ସମାଜ ସେବା ପାଇଁ ତାଙ୍କୁ ରାଜ୍ଯ ସ୍ତରୀୟ ଅକ୍ଷୟ ପ୍ରଧାନ ସ୍ମୃତି ସଂସଦ ପକ୍ଷରୁ ୨୦୧୧ ମସିହା ରେ ଅକ୍ଷୟ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଅନେକ ଜନ ଆନ୍ଦୋଳନ ରେ ନେତୃତ୍ବ ନେଇ କାରାବରଣ କରିଥିଲେ। ୨୦୦୭ ପଞ୍ଚାୟତ ନିର୍ବାଚନ ରେ ସେ ସମିତି ସଭ୍ଯ ରୂପେ ନିର୍ବାଚିତ ହୋଇଥିଲେ। ଶ୍ରୀମତୀ ମହାରଣା ଉତ୍କଳ ମହିଲା ସମିତି ର ରାଜ୍ଯ ଉପ-ସଭାନେତ୍ରୀ, ଭାରତୀୟ ଜାତୀୟ ମହିଲା ଫେଡେରସନ, ଭାରତୀୟ କ୍ଷେତ ମଜଦୁର ୟୁନିୟନ,ଆଦିବାସୀ ମହାସଭା ଆଦି ସଙ୍ଗଠନ ର ଜାତୀୟ କାର୍ଯ୍ୟକାରୀ କମିଟି ର ସଭ୍ଯ ଥିଲେ। ମୃତ୍ଯୁ ଖବର ପ୍ରଚାରିତ ହେଲା ପରେ ବହୁ ସଂଖ୍ୟକ ଆତ୍ମିୟ ସ୍ବଜନ ଗଣ୍ୟମାନ୍ୟ ବ୍ଯକ୍ତି ଅନ୍ତିମ ଦର୍ଶନ ପାଇଁ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।