Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମୁଦିପଡାରୁ ବାହାରିଲା ଅର୍ପଣ ରଥ,ସହରରେ ଭବ୍ୟ ସମ୍ବର୍ଦ୍ଧନା

ସମ୍ବଲପୁର:ଆସନ୍ତା ୧୭ ତାରିଖ ଦିନ ହେବାକୁ ଥିବା ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପରିପ୍ରେକ୍ଷୀରେ ଆଜି ଜୟ ଜଗନ୍ନାଥ ଅର୍ପଣ ରଥ ୱାର୍ଡ ନଂ ୨୨ ମୁଦିପଡା ଅଞ୍ଚଳ ପରିକ୍ରମା କରିଛି । ଜଗନ୍ନାଥ ମନ୍ଦିରଠାରୁ ଏକ ଭବ୍ୟ ପରିକ୍ରମା ରେ ବାହାରି ପ୍ରଥମେ ପୂଜାର୍ଚ୍ଚନା କରା ଯାଇଥିଲା । ଭଜନ କୀର୍ତ୍ତନ ହରିବୋଲ ହୁଳହୁଳି ଆଦିରେ ସମଗ୍ର ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ରଥ ମୁଦିପଡା ଜଗନ୍ନାଥ ମନ୍ଦିର ସମ୍ମୁଖରୁ ବାହାରି ଦେଉଳବନ୍ଧ, ମାଣିକମୁଣ୍ଡା, ଭଙ୍ଗାମୁଣ୍ଡା, ଫାଟକ ମାଳିପଡା, ଆଦର୍ଶ କଲୋନୀ, ଲେବର କଲୋନୀ, ବ୍ୟାୟାମଶାଳା ଆଦି ଅଞ୍ଚଳ ବୁଲିଥିଲା । ପରେ ରଥ ପୁଣି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲା ।ସେଠାରେ ରଥକୁ ମହାଆଳତୀ ଅନୁଷ୍ଠିତ ହୋଇଥିଲା । ସହସ୍ରାଧିକ ଭକ୍ତଙ୍କୁ ପ୍ରସାଦ ବିତରଣ କରାଯାଇଥିଲା । ସମ୍ବଲପୁର ମହାନଗର ନିଗମର ପ୍ରବର୍ତ୍ତନ ଅଧିକାରୀ ସୁକାନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୱାର୍ଡ ଅଫିସର ମନୋଜ ମହାପାତ୍ର, ରାଜଲକ୍ଷ୍ମୀ ପ୍ରଧାନ, ସଙ୍ଗୀତା ସ୍ବାଇଁ, ମମତା ମହାନ୍ତି, କବିତା ପୁରୋହିତ, କବିତା କୁଅଁର ଭଞ୍ଜ, ଇଭଲିନ୍ ଶତପଥୀ, ବୃନ୍ଦା କଟା ପ୍ରମୁଖ ଏହି କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ ।