Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପର୍ବତ ଶୃଙ୍ଖରେ ଉଡିଲା ମକର ଧ୍ୱଜା, ବହୁ ଶ୍ରଦ୍ଧାଳୁଙ୍କ ଜନସମାଗମ

ଦେବଗଡ:ପ୍ରକୃତିର ଓ ପ୍ରତୀକର ଯାତ୍ରା ମକରଯାତ୍ରାକୁ ଜିଲ୍ଲାରେ ଲୋକମାନେ ବେଶ ନିଆରା ଢଙ୍ଗରେ ପାଳନ କରିଥାନ୍ତି । କେଉଁଠି ପୂଜା କରିଥାନ୍ତି ପାହାଡ଼ ଓ ଗୁମ୍ପାକୁ ତ ପୁଣି କେଉଁଠି ଜଙ୍ଗଲ କୁ ତପୁଣି କେଉଁଠି ରାତି ତମାମ ଧରି ଅନୁଷ୍ଠିତ ହୁଏ ବିଭିନ୍ନ କାର୍ଯ୍ୟକ୍ରମ । ସେହିପରିଭାବେ ଉକ୍ତ ଦିନ ସହରର ବିଭିନ୍ନ ସାହିର ଛକ ମାନଙ୍କରେ ରାଶି କୁଟି,ଖଜୁରୀପାଲ ଇତ୍ୟାଦି ଶୁଖିଲାଡାଳ ଶିମିଳିକଣ୍ଟା ଗଛ ପୋତି ତା ଆଗ ଦିନ ରାତିରୁ ସଜବାଜ କରିଥାନ୍ତି ଏବଂ ସକାଳୁ ଭୋରରୁ ନିଆଁ ଲଗାଇଥାନ୍ତି । ଏହାକୁ ମକର ହୁଲ କୁହାଯାଏ । ପୂର୍ବେ ସ୍ଥାନୀୟ ଅଧିବାସୀ ପାହାଡରୁ କାଠ, ବାଉଁଶ, ପତ୍ର ଇତ୍ୟାଦି ସଂଗ୍ରହ କରି ଜୀବିକାର୍ଜନ କରୁଥିଲେ। ଏଣୁ ପାହାଡକୁ ବାପା ମା ଅର୍ଥାତ ଶିବପାର୍ବତୀଙ୍କ ସ୍ବରୂପ ପୂଜା କରୁଥିଲେ। ଯାହାକି ଆଜିଯାଏ ଚଳି ଆସୁଛି। ମକର ଦିନ ଗିରିଶୃଙ୍ଗରେ ମାନସିକ ଧ୍ଵଜ ଲଗାଯାଉଥିବାରୁ ଏହାକୁ ମକରଧ୍ବଜ ଶୃଙ୍ଗ ଓ ମକର ଧ୍ଵଜ ଯାତ୍ରା ମଧ୍ୟ କୁହାଯାଏ।ସୂଚନା ଅନୁଯାୟୀ, ପ୍ରଧାନପାଟ ପର୍ବତମାଳାର ସୁଉଚ୍ଚ ମକରଧ୍ୱଜା ଶୃଙ୍ଗରେ ତଅଁଳା ସାହି ଶଙ୍କର ମଧୁସୂଦନ କ୍ଲବ ପକ୍ଷରୁ ପତାକା ସ୍ଥାପନ କରାଯିବା ସହ ମକରଯାତ୍ରା ପାଇଁ ପୂଜକ ସୁଦୀପ୍ତ ବେହେରା ଆଜ୍ଞାମାଳ ଆଣିବାପରେ ବିଭିନ୍ନ ସାହିର ମାନସିକଧାରୀମାନେ ମଧ୍ୟ ମକରଧ୍ୱଜ ଶୃଙ୍ଗରେ ମାନସିକ ଧ୍ୱଜା ବାନ୍ଧିଥିଲେ । ମକରଧ୍ୱଜ ଶୃଙ୍ଗକୁ ଚଢିବା ଏକ କଷ୍ଟକର ଯାତ୍ରା ହୋଇଥିଲେ ମଧ୍ୟ ଶତାଧିକ ମାନସିକଧାରୀ ମାନସିକ ଧ୍ୱଜା ବାନ୍ଧିଥିଲେ । ଯେଉଁମାନେ ଚଢିପାରିବେ ନାହିଁ ସେମାନେ ପୂଜକଙ୍କୁ ମାନସିକ ଧ୍ୱଜା ଓ ଦକ୍ଷିଣା ପ୍ରଦାନ କରିଥିଲେ । ତେବେ ଏହି ଯାତ୍ରା ଓ ଧ୍ୱଜା ବାନ୍ଧିବା ଓ ପର୍ବତ ଗୁମ୍ଫ।କୁ ପୂଜା କରିବା ଜିଲ୍ଲାର ବିଭିନ୍ନ ସ୍ଥାନରେ ମକରଯାତ୍ରା ଅନୁଷ୍ଠିତ ହୋଇଥିଲା । ଆଜି ପର୍ବତ ଶୃଙ୍ଗରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ଥାନୀୟ ମକର ଧ୍ଵଜ କମିଟି ପକ୍ଷରୁ ଶ୍ରଦ୍ଧାଳୁ ଙ୍କ ପାଇଁ ପାହାଡ଼ ଉପରେ ଅନ୍ନ ପ୍ରସାଦ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା । କମିଟି ର ସଭାପତି ଅତିଲ ଖଡ଼ିଆ, ସମ୍ପାଦକ ସୁମନ୍ତ ସଂଖାରୀ, କୋଷାଧ୍ୟକ୍ଷ ରିଙ୍କୁ କେରେକେଟା , ଅଜିତ ଟାଲିଙ୍କ ସମେତ କମିଟୀର ସଦସ୍ୟମାନେ ସହଯୋଗ କରିଥିଲେ । ପୌରାଚଂଳର ତଅଁଳା ସାହି ଶଙ୍କର ମଧୁସୂଦନ କ୍ଲବ ପୂଜା କମିଟୀର ସଭାପତି ସୁଶାନ୍ତ ବେହେରା ,ସଂପାଦକ ପ୍ରଶାନ୍ତ ବେହେରା, ଗୋଲବୋଦନ ବେହେରା, ଶଙ୍କର ବେହେରା, ଗଙ୍ଗା ବେହେରା, ସୁବାସ ବେହେରାଙ୍କ ସମେତ କମିଟୀର ସଦସ୍ୟମାନେ ସହଯୋଗ କରିଥିଲେ । ତଅଁଳା ସାହି ଶଙ୍କର ମଧୁସୂଦନ କ୍ଲବ ପକ୍ଷରୁ ୩ ଦିନ ମକରଯାତ୍ରା ଅନୁଷ୍ଠିତ ହେବ । ଠିକସେହିପରି ଭାବେ ବାରକୋଟ ବ୍ଲକର ଶିରିଗିଡା ଗ୍ରାମରେ ମଧ୍ୟ ମକର ମେଳା ଉତ୍ସବ ପାଳନ ହୋଇଥିଲା ।