Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦେବଗଡ଼ର କିଲିମାଞ୍ଜୋର ପର୍ବତ ଆରୋହଣକାରୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼:ଆଫ୍ରିକାର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜୋର ପର୍ବତ ଆରୋହଣ କରିଥବା ଦେବଗଡ଼ ଜିଲ୍ଲାର ଶଶିଭୂଷଣ ମାଝୀଙ୍କୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି ।କେନ୍ଦ୍ରମନ୍ତ୍ରୀ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ ଦେବଗଡ଼ ଜିଲ୍ଲାର ଶଶିଭୂଷଣ ମାଝୀ ଆଫ୍ରିକାର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜୋର ପର୍ବତ ଆରୋହଣ କରି ସଫଳତା ହାସଲ କରିଛନ୍ତି। ଶଶିଭୂଷଣଙ୍କ ପରି ଯୁବ ପର୍ବତାରୋହୀଙ୍କ ଏକାଗ୍ରତା ଓ ଇଚ୍ଛାଶକ୍ତି ଯୁବବର୍ଗଙ୍କୁ ଆଗକୁ ବଢିବା ପାଇଁ ସର୍ବଦା ପ୍ରେରିତ କରିବ । ଆଗାମୀ ଦିନରେ ଆମ ରାଜ୍ୟ ଓ ଦେଶ ପାଇଁ ସେ ଆହୁରି ସଫଳତା ଆଣିବେ ବୋଲି ମୋର ବିଶ୍ୱାସ ।
ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଗତ ୧୫ ତାରିଖରେ ଦେବଗଡ ଜିଲ୍ଲା ଗସ୍ତରେ ଥିବା ବେଳେ ସେଠାରେ ଶଶିଭୂଷଣଙ୍କୁ ଭେଟି ଏହି ପର୍ବତାରୋହଣ ଯାତ୍ରା ପାଇଁ ସଫଳତା କାମନା କରିଥିଲେ।