Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨ ଲକ୍ଷ ୫୫ ହଜାର କୋଟିର କାମଚଳା ବଜେଟ:ହାତ ଖୋଲି ଦେଲେ ସରକାର

ଭୁବନେଶ୍ବର:ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ବିଧାନସଭାରେ କାମଚଳା ବଜେଟ ଆଗତ କରିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୫୫ ହଜାର କୋଟିର ବଜେଟ ଆଗତ ହୋଇଛି। ଏଥିରେ ବିଭିନ୍ନ ବିଭାଗ ପାଇଁ ବ୍ୟୟବରାଦ କରାଯାଇଛି। ରାଜ୍ୟର ବିକାଶ ପାଇଁ ରାଜ୍ୟ ସରକାର ହାତ ପୁରା ଖୋଲି ଦେଇଛନ୍ତି।ମିଳିଥିବା ସୂଚନା ମତେ
ସ୍ବରାଷ୍ଟ୍ର ବିଭାଗ: ୮୬୪୧.୨୭ କୋଟି ଓ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ: ୬୯୫.୭୨ କୋଟି ଦିଆଯାଇଛି। ସେହିପରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ: ୧୭୫୧.୪୪ କୋଟି,ଆଇନ ବିଭାଗ: ୯୧୫.୪୨ କୋଟି,ଅର୍ଥ ବିଭାଗ: ୬୬୩୨୧.୮୯ କୋଟି,ବାଣିଜ୍ୟ ବିଭାଗ: ୧୯୫.୮୯ କୋଟି,ନିର୍ମାଣ ବିଭାଗ: ୧୦୯୫୦.୦୦ କୋଟି,ଓଡିଶା ବିଧାନ ସଭା: ୮୫.୯୮ କୋଟି,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ: ୧୩୦୭.୭୫ କୋଟି,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ: ୨୪୭୬୪.୨୮ କୋଟି,ଅନିସୂଚିତ ଜନଜାତି ଓ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ: ୫୫୪୪.୧୮ କୋଟି,ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ: ୧୯୭୨୯.୩୩ କୋଟି,ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗ: ୯୮୬୮.୩୮ କୋଟି,ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ: ୩୧୦.୨୨ କୋଟି,କ୍ରୀଡା ଓ ଯୁବସେବା ବିଭାଗ: ୧୩୦୪.୯୫ କୋଟି,ଯୋଜନା ଓ ସଂଯୋଜନ ବିଭାଗ: ୧୨୦୪୩.୪୪ କୋଟି,
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ: ୨୨୫୪୩.୩୩ କୋଟି,
ସାଧାରଣ ଅଭିଯୋଗ ଓ ପେନସନ୍ ପ୍ରଶାସନ: ୨.୮୦ କୋଟି,
ଶିଳ୍ପ ବିଭାଗ: ୮୦୭.୬୩ କୋଟି,ଜଳ ସମ୍ପଦ ବିଭାଗ: ୧୩୨୬୭.୪୦ କୋଟି,ପରିବହନ ବିଭାଗ: ୩୦୯୬.୯୨ କୋଟି,
ଜଙ୍ଗଲ, ପରିବେଶ ଓ ଜଳ ବାୟୁ ପରିବର୍ତନ: ୧୨୨୯.୩୧ କୋଟି,କୃଷି ଓ କୃଷକ ସଶକ୍ତିକରଣ ବିଭାଗ: ୭୯୨୩.୮୭ କୋଟି,ଇସ୍ପାତ ଓ ଖଣି ବିଭାଗ: ୪୬୪.୪୬ କୋଟି,ସୂଚନା ଓ ଲୋକସମ୍ପର୍କ ବିଭାଗ: ୧୪୫.୮୦ କୋଟି,ଅବକାରୀ ବିଭାଗ: ୨୩୦.୨୨ କୋଟି,ବିଜ୍ଞାନ ଓ ବୈଷୟିକ ବିଭାଗ: ୧୨୬.୦୬ କୋଟି,ଗ୍ରାମ୍ୟ ଉନ୍ନୟନ ବିଭାଗ: ୯୩୩୦.୦୦ କୋଟି,ସଂସଦୀୟ ବ୍ୟାପାର ବିଭାଗ: ୮୫.୦୪ କୋଟି,ଶକ୍ତି ବିଭାଗ: ୩୩୫୧.୭୨ କୋଟି,ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ: ୨୬୧.୮୬ କୋଟି,ପର୍ଯ୍ୟଟନ ବିଭାଗ: ୮୧୭.୯୫ କୋଟି,ମତ୍ସ୍ୟ ଓ ପ୍ରାଣି ସମ୍ପଦ ଉନ୍ନୟନ ବିଭାଗ: ୧୯୩୭.୬୫ କୋଟି,ସମବାୟ ବିଭାଗ: ୨୧୦୭.୯୯ କୋଟି,ସାଧାରଣ ଉଦ୍ୟୋଗ ବିଭାଗ: ୧୧.୫୪ କୋଟି,ମହିଳା ଓ ଶିଶୁ କଲ୍ୟାଣ ବିଭାଗ: ୫୦୧୫.୧୫ କୋଟି,
ଇଲେକ୍ଟ୍ରୋନିକ୍ ଓ ସୂଚନା ପ୍ରଯୁକ୍ତିବିଦ୍ୟା: ୩୭୩.୬୦ କୋଟି,ଉଚ୍ଚ ଶିକ୍ଷା ବିଭାଗ: ୩୪୬୯.୮୩ କୋଟି,ଦକ୍ଷତା ବୃଦ୍ଧି ଓ ବୈଷୟିକ ଶିକ୍ଷା ବିଭାଗ: ୧୫୮୨.୭୬ କୋଟି,ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ: ୭୪୭.୧୫ କୋଟି,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ: ୪୬୯୮.୯୦ କୋଟି,ବିପର୍ଯ୍ୟୟ ପରିଚାଳନା ବିଭାଗ: ୩୯୭୦.୨୯ କୋଟି,ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ: ୨୧୯.୮୨ କୋଟି ଓମିଶନ ଶକ୍ତି ବିଭାଗ: ୨୭୬୦.୮୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି କାମଚଳା ବଜେଟରେ ସର୍ବ ମୋଟ: ୨ଲକ୍ଷ ୫୫ହଜାର କୋଟି ରହିଛି।ଏହି ବଜେଟର ଅର୍ଥ ପ୍ରତ୍ୟେକ କ୍ଷେତ୍ରରେ ସୁବିନିଯୋଗ ହେଲେ ରାଜ୍ୟ ରୂପ ବଦଳିଯିବ ବୋଲି ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories