Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟରେ ବସିବ ଇଭି ଭେକିଲ ବ୍ୟାଟେରୀ କାରଖାନା :ଜେଏସଡବ୍ଲୁ ଗ୍ରୁପ ସହିତ ଓଡିଶା ସରକାରଙ୍କ ଚୁକ୍ତି

ଭୁବନେଶ୍ବର:ରାଜ୍ୟରେ ବିଦ୍ୟୁତ ବ୍ୟବସାୟିକ ଯାନ ବାହାନ ଇଭି ଭେକିଲ ପାଇଁ ଜେଏସଡବ୍ଲୁ ଗ୍ରୁପ୍ ସହିତ ଓଡିଶା ସରକାରଙ୍କ ଆଜି ଚୁକ୍ତି ହୋଇଛି ।ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟ ସରକାର ଓ ଜେଏସଡବ୍ଲୁ ଗ୍ରୁପର ପ୍ରମୂଖ ଆଧିକାରୀ ଉପସ୍ଥିତ ରହି ଏହି ଚୁକ୍ତିନାମା ହୋଇଛି । ଏହି କାରଖାନା ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ନରାଜ ଠାରେ ୯ ଶହ ଏକର ଜମି ଲିଜ ସୂତ୍ରରେ ପ୍ରଦାନ କରିଛନ୍ତି। ୪୦ ହଜାର କୋଟି ବ୍ଯ ଅଟକଳରେ ବସ୍,ଟ୍ରକ୍,କାର୍ ପ୍ରଭୃତି ଯାନବାହାନ ପାଇଁ ଇଭି ବ୍ୟାଟେରୀ ସେଠାରେ ପ୍ରସ୍ତୁତ କରାଯିବ ବୋଲି ଏହି ଚୁକ୍ତିରେ ଦର୍ଶାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ