Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବଢ଼ୁଛି ହାତୀ ବିତ୍ପାତ:ଆନ୍ଦୋଳନ ପାଇଁ ସଜବାଜ

ସମ୍ବଲପୁର(ଡଙ୍ଗରପଡା):ପଡିଆବାହାଲ ଓ ବଡସାହିର ଫରେଷ୍ଟ ରେଞ୍ଚରେ ଦିନକୁ ଦିନ ହାତୀ ବିତ୍ପାତ ବଢୁଥିଲେ ସୁଦ୍ଧା ଏହାର ପ୍ରତିକାର ବା କ୍ଷତିପୂରଣ ଦେବାରେ ବିଫଳ ହୋଇଛି ବନ ବିଭାଗ। ଫଳରେ ଏହାର ପ୍ରତିବାଦରେ ଜନପ୍ରତିନିଧି ଓ ଜନତା ଏକ ହୋଇ ଆନ୍ଦୋଳନ ମୁହାଁ ହେବାକୁ ସଜବାଜ ହେଲେଣି ।ଏନେଇ ଡଙ୍ଗରପଡା ସରପଞ୍ଚ୍ ଅୟସକାନ୍ତ ବଡପଣ୍ଡା ଏକ ଭିଡିଓ ବାର୍ତ୍ତା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପଠାଇ ଆନ୍ଦୋଳନକୁ ବ୍ୟାପକ କରାଯିବାକୁ ଚେତାବନି ଶୁଣାଇଛନ୍ତି।
କେବଳ ପଡିଆବାହାଲ କି ବଡସାହିର କାହିଁକି ବରଂ ଯୁଯୋମୁରା, ନାକଟୀଦେଉଲ,ମାନେଶ୍ୱର ଓ ରେଢାଖୋଲ ବ୍ଲକରେ ହାତୀ ଫସଲ ନଷ୍ଟ କରିବା ସହିତ ଘର ଭାଙ୍ଗି ଧାନ ଚାଉଳ ଖାଇବା ଗତ ୫ ବର୍ଷ ଧରି ଏହା ନିତିଦିନିଆଁ ଘଟଣାରେ ପରିଣତ ହୋଇଛି । କିନ୍ତୁ ଉପର ଠାଉରିଆ ଭାବେ ବନ ବିଭାଗ କାମ କରି ନିଜର ଅସହାୟତା ପ୍ରକାଶ କରିବା ଓ କ୍ଷତିଗ୍ରସ୍ତ ପରିବାରକୁ ଆଶା ଜନକ କ୍ଷତିପୂରଣ ସହାୟତା ପ୍ରଦାନରେ ବିଫଳ ହୋଇଥିବାରୁ ଗାଁଗାଁରେ ଲୋକେ ତାତିଲେଣି । ଏପରିକି ଗତ ୧୦ ଦିନ ତଳେ କଦଳିମୁଣ୍ଡାରେ ବ୍ୟାପକ କ୍ଷତି ଯୋଗୁଁ ଅଞ୍ଚଳର ବରିଷ୍ଠ ନେତା ସୁବୋଧ କୁମାର ବେହେରା ପଡିଆବାହାଲ ରେଞ୍ଜରଙ୍କୁ ଭେଟି ବିହିତ ପଦକ୍ଷେପ ପାଇଁ ଅନୁରୋଧ କରିଥିଲେ ।
ଆଜି ପୁଣି ଡଙ୍ଗରପଡା ଓ ସରଖଣ୍ଡିରେ ହାତୀ ଏକାଧିକ ଘର ଭାଙ୍ଗିଥିବାରୁ ଲୋକେ ଏଥିରେ ଭୟଭିତ ହୋଇ ପ୍ରଶାସନର ଉଦାସୀନତାକୁ ନେଇ ଜିଲ୍ଲାପାଳ,ଡିଏଫଓ, ରେଞ୍ଜର କାର୍ଯ୍ୟାଳୟକୁ ଏକ କାଳିନ ଘେରିବାକୁ ଆଜି ଭିଡିଓ ବାର୍ତ୍ତାରେ ଡଙ୍ଗରପଡା ସରପଞ୍ଚ୍ ଚେତାବନୀ ଶୁଣାଇଛନ୍ତି। ଏଠାରେ ସୂ୍ଚନା ଯୋଗ୍ୟଯେ ଗତକାଲି ରାତିରେ ସୁଧାଂଶୁ ଶେଖର ସାହୁ,ଖିରୋଦ ବେହେରା,ନୃପବାଗ୍, ରଜତ ପ୍ରଧାନ,ସଂଯୁକ୍ତା ପ୍ରଧାନ,ସୀତାରାମ ମାଝୀ,ଲକ୍ଷ୍ମଣ ବଗର୍ତ୍ତି ପ୍ରମୁଖଙ୍କ ଘର,କୁକୁଡା ଘର,ପମ୍ପ ହାଉସ ପ୍ରଭୃତି ନଷ୍ଟ ଭ୍ରଷ୍ଟ କରି ଧାନ ଚାଉଳ ଖାଇଥିବା ନେଇ ବନ ବିଭାଗର ଦୃଷ୍ଟି ଆକର୍ଶନ କରିଥିଲେ ସୁଦ୍ଧା ବନ ବିଭାଗ ନିଜ ପକ୍ଷରୁ କୌଣସି ଆଖିଦୃଷ୍ଟିଆ କାମ କରିପାରିନି । ଫଳରେ ଜନ ଅସନ୍ତୋଷ ତେଜିବାରେ ଲାଗିଛି। ହାତୀ ବିତ୍ପାତକୁ ନେଇ ବନ ବିଭାଗ ନିଜର ପାରଦର୍ଶିତା ଦେଖାଇ ନପାରିଲେ ବାହାମ,ଡଙ୍ଗରପଡା,ନୂଆଁବରଙ୍ଗାମାଲ, ଘେନୁପାଲି ପ୍ରଭୃତି ପଞ୍ଚାୟତ ଏକାଠି ହୋଇ ହାତୀ ବିତ୍ପାତର ସମାଧାନ ପାଇଁ ଜନ ଆନ୍ଦୋଳନକୁ ତିବ୍ରତର କରିବାକୁ ନିଷ୍ପତ୍ତି ନେଉଥିବା ନେଇ ଖବର ମିଲିଛି।