Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାନ ସଂଘର ବାର୍ଷିକତ୍ସୋବ:ମହିଳା ମାନେ ଶିକ୍ଷିତ, ସୁରକ୍ଷିତ ଓ ସ୍ବାବଲମ୍ବୀ ହେଲେ, ପରିବାର ସହ ଦେଶ ଶକ୍ତିଶାଳୀ ଓ ସମୃଦ୍ଧି ହେବ

ବ୍ରହ୍ମପୁର:ରାଜ୍ୟର ଅନ୍ୟତମ ଅଗ୍ରଣୀ ସମାଜସେବା ସାଂସ୍କୃତିକ, କ୍ରୀଡା ଅନୁଷ୍ଠାନ ମହାନ୍ ସଂଘ ମହିଳା ବିଭାଗ ପକ୍ଷରୁ ଚତୁର୍ଥ ରାଜ୍ୟ ସ୍ତରୀୟ ମହିଳା ସମ୍ମିଳନୀ ସହ ୩୮ତମ ବାର୍ଷିକ ଉତ୍ସବ ବ୍ରହ୍ମପୁର ଡାଇମଣ୍ଡ ଜୁବୁଲି ଟାଉନ ହଲ ଠାରେ ମହା ସମାରୋହରେ ଆୟୋଜନ ଅବସରରେ ମହିଳା ମାନେ ଶିକ୍ଷିତ, ସୁରକ୍ଷିତ ଓ ସ୍ବାବଲମ୍ବୀ ହେଲେ, ପରିବାର ସହ ଦେଶ ଶକ୍ତିଶାଳୀ ଓ ସମୃଦ୍ଧି ହେବ ବୋଲି ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାତା ର ମୁଖ୍ୟ ତଥା ମହାନ୍ ସଂଘ ପ୍ରତିଷ୍ଠାତା ଶ୍ରୀ ସୁଶାନ୍ତ କୁମାର ସାବତ ମତବ୍ୟକ୍ତ କରିଛନ୍ତି। ବିଶିଷ୍ଟ ଅତିଥି ଭାବେ ଆସ୍କା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ମହିଳାମାନେ ନିଜ ଗୋଡ଼ରେ ଛିଡ଼ା ହେବା ନିମନ୍ତେ ଶିକ୍ଷିତ, ସଂସ୍କୃତି ସଂପନ୍ନ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ମହାନ୍ ସଂଘ ଉପଦେଷ୍ଟା ତଥା ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଯୋଗଦେଇ ମହାନ୍ ସଂଘ ର ଦୀର୍ଘ ୪୦ ବର୍ଷ ଧରି ନିଷ୍ଠାପର ଭାବେ ମହିଳା କଲ୍ୟାଣ ସହ ଅନ୍ୟ କ୍ଷେତ୍ରରେ ସୁନାମଧନ୍ୟ କାର୍ଯ୍ୟ କରି ଆସୁଛି ତାହା ଅତ୍ୟନ୍ତ ପ୍ରସଂସନିୟ। ଅନ୍ୟତମ ଉପଦେଷ୍ଟା ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗଦେଇ ମହାନ୍ ସରକାରଙ୍କ ନାରୀ କଲ୍ୟାଣ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ।ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧ୍ୟାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା , ମେୟର ଶ୍ରୀମତୀ ସଂଘ ମିତ୍ରା ଦଳାଇ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଶ୍ରୀ ସୁବାସ ମହାରଣା, ରାଜସ୍ବ କମିଶନରଙ୍କ ସଚିବ ଶ୍ରୀମତୀ ସୁଜାତା ସାହୁ,ଆଇ.ଏ.ଏସ , ଗଞ୍ଜାମ ବାର ଏଶୋଷିଏସନ ସଭାନେତ୍ରୀ ମିନତି ରଥ, ଗାୟତ୍ରୀ ଏଯୁକେସନ ଗ୍ରୁପ ଅଧ୍ୟକ୍ଷା ଶ୍ରୀମତୀ ସବିତା ସୁଆର, ଆଇ ଏସ ଆର ଡି ନିର୍ଦ୍ଦେଶକ ଶ୍ରୀ ସୁଧୀର ସାବତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ।ମୁଖ୍ୟ ବକ୍ତା ଭାବେ ଭାଷାବିତ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନୟକ ଯୋଗଦେଇ ମା ମାନେ ନିଜ ପିଲାଙ୍କୁ ମାତୃଭାଷା ଶିକ୍ଷା ଉପରେ ଗୁରୁତ୍ବ ଦେବାକୁ ଅନୁରୋଧ କରିଥିଲେ। ଏହି ଅବସରରେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ରଥମ୍ ବିଶ୍ବ ଭାଷା ସମ୍ମିଳନୀରେ ମନାଇବା ମୁଖ୍ୟ ମନ୍ତ୍ରୀଙ୍କ ଦ୍ଵାରା ସମ୍ମାନିତ ହୋଇଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା। ମହିଲ ବିଭାଗ ଅଧ୍ୟକ୍ଷ ଶ୍ରୀମତୀ ଦେବୀ ପ୍ରଭା ରଥ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ସଭାରେ,ସାଂସ୍କୃତିକ ସମ୍ପାଦିକା ଶ୍ରୀମତୀ ରାମେଶ୍ବରୀ ନନ୍ଦ ଙ୍କ ସଂଯୋଜନାରେ ସମ୍ପାଦିକା ଶ୍ରୀମତୀ ଭାରତୀ ପାତ୍ର ବିବରଣୀ ପଠନ କରିଥିଲେ। ସାଧାରଣ ସମ୍ପାଦକ ଶ୍ରୀ ପ୍ରସାନ୍ତ ପାତ୍ର , ସିମଞ୍ଚଲ ପାଣିଗ୍ରାହୀ, ମମତା ପାଢ଼ୀ, ବବିତା ପଣ୍ଡା, ଡ.ସୌଭ।ଗ୍ୟଲକ୍ଷ୍ମି ପ୍ରିୟଦର୍ଶନୀ, ସ୍ମିତି ସିଗ୍ନଧା , ବିଭୂତି ସାବତ, ଦିଲୀପ ମହାପାତ୍ର, ସସ୍ମିତା ମିଶ୍ର , ପ୍ରଣତି ହୋତା, ଶ୍ରୀକାନ୍ତ ସାବତ, ସନ୍ଧ୍ୟା ରାଣୀ ପଟନାୟକ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଅତିଥିଙ୍କ ଦ୍ଵାରା ବହୁ ମହିଳା ଅନୁଷ୍ଠାନ କୁ ସମ୍ମାନିତ କରାଯାଇଥିଲା । ଶ୍ରୀମତୀ ସବିତା ସାହୁକାର ଧନ୍ୟବାଦ ପ୍ରଦାନ କରିଥିଲେ। ବୋଲ୍ଡ୍ ଏଣ୍ଡ ବିୟୁଟି ଓ ବାସବି କ୍ଲବ ତରଫରୁ ନାରୀ ସଚେତନତା ଉପରେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଚଳିତ ବର୍ଷ ମହାନ୍ ସଂଘ ପକ୍ଷରୁ ମହିଳା, ଛାତ୍ରୀ ଙ୍କ ଆତ୍ମରକ୍ଷା ଓ ଆତ୍ମ ନିର୍ଭରଶିଳତା ଉପରେ ରାଜ୍ୟ ସାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ବୋଲି ସଭାପତି ଶ୍ରୀ ସାବତ ସୂଚନା ଦେଇଛନ୍ତି।ବିଭିନ୍ନ ଅନୁଷ୍ଠାନ ରୁ ୪୦୦ ରୁ ଉର୍ଦ୍ଧ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ