Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାମଲୀଳା ପ୍ରଭାବ: ପିଲାଙ୍କ ହାତରେ ଧନୁତୀର,ପାଟିରେ ଜୟ ଶ୍ରୀରାମ

ସମ୍ବଲପୁର(କୁସୁମୀ):୮ ଦିନ ବ୍ୟାପି କୁଚିଣ୍ଡାର କୁସୁମୀ ଠାରେ ଅନୁଷ୍ଠିତ ହୋଇଥିବା ରାମଲୀଳା ର ପ୍ରଭାବ ଦେଖା ଦେଇଛି।
ବର୍ତ୍ତମାନ କୁସୁମୀ ଓ ଆଖ ପାଖ ଅଞ୍ଚଳରେ ଅନ୍ୟ ଖେଳ ଅପେକ୍ଷା ପିଲାଙ୍କ ପାଇଁ ବଡ ଖେଳ ସାଜିଛି ଧନୁତୀର। ଗାଁ ଗାଁରେ ପିଲା ମାନେ ହାତରେ ଧନୁତୀର ଧରି ଜୟ ଶ୍ରୀରାମ ର ନାରା ଦେଉଛନ୍ତି।
ରାମଲୀଳା ସରିବା ଦିନେ ଯାଇନି କିନ୍ତୁ କୁସୁମୀ ଅଞ୍ଚଳରେ ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଛି। ଏପରିକି ଘର ଭିତରେ ମଧ୍ୟ ପିଲାଏ ଜୟ ଶ୍ରୀରାମ କୁ ନିଜର ଏକ ଖେଳ ଭାବେ ଧରିନେଇ ଏଥିରେ ମୁସଗିଲ ହେବା ଦୃଶ୍ୟ ଦେଖିବାକୁ ମିଳିଛି।ଅଞ୍ଚଳର ବିଶିଷ୍ଟ ଓ ବରିଷ୍ଠଙ୍କ ମତ ହେଉଛି,ଏହା ଆଗାମୀ ଦିନ ପାଇଁ ଏକ ଶୁଭ ସୂଚନା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ