Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଁ ରାମଚଣ୍ତୀଙ୍କ ପୂଜାର୍ଚ୍ଚନା ପରେ ମନ୍ର୍ତୀ ରିତା ସାହୁଙ୍କ ପ୍ରଚାର ପର୍ବ ସୂଭାରମ୍ଭ

ବରପାଲି: ବରପାଲି ବ୍ଲକ ରେମତା ମାଁ ରାମଚଣ୍ତୀ ମନ୍ଦିରରେ ବୁଧବାର ରାତ୍ର ସମୟରେ ପୂଜାର୍ଚ୍ଚନା ସହ ଆଶିର୍ବାଦ ଗ୍ରହଣ ସହ ପ୍ରଚାର କାର୍ଯ୍ଯକ୍ରମ ସୂଭାରମ୍ଭ କରାଯାଇଥିଲା। ଚଳିତ ବିଜେପୁର ନିର୍ବାଚନ ମଣ୍ତଳି ବିଜେଡି ପ୍ରାର୍ଥିନୀ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ର୍ତୀ ରିତା ସାହୁ ଦଳିୟ ନେତା ଓ କର୍ମି ମାନଙ୍କ ଗହଣରେ ମନ୍ଦିରରେ ପହଞ୍ଚିଥିଲେ। ପରେ ନିତିକାନ୍ତି ମଧ୍ଯରେ ପୂଜାର୍ଚ୍ଚନା ହୋଇ ମାଁଙ୍କ ଆଶିର୍ବାଦ ଭିକ୍ଷା କରାଯାଇଥିଲା। ପରେ ଗ୍ରାମର ଗଳିକନ୍ଦି ପରିକ୍ରମା ମାଧ୍ଯମରେ ଭୋଟ ଭିକ୍ଷା କରିଥିଲେ। ଏହି ଅବସରରେ ରିତା ସାହୁ ଦ୍ବାର ଦ୍ବାର ବୁଲି ବୟଷ୍କ ମାନଙ୍କ ନିକଟରୁ ଆଶିର୍ବାଦ ନେଇଥିବା ବେଳେ ଛୋଟଛୋଟ ଶିଶୁ ମାନଙ୍କୁ ସ୍ନେହ ଶ୍ରଦ୍ଧା ବିତରଣ କରିଥିଲେ। ପରେ ବିଜେଡିର ମୂଳମନ୍ର୍ତ ଓ ନବିନ ସରକାରର ବିକାଶ ମୂଳକ କାର୍ଯ୍ଯକ୍ରମ ତଥା ବରପାଲି ଅଞ୍ଚଳରେ ହୋଇଥିବା ବିଭିନ୍ନ ଜନହିତକର ପ୍ରକଳ୍ପ ସମ୍ପର୍କରେ ବୁଝାଇବା ସହ ନୁତନ ଚିନ୍ତାଧାରାର ସାକାର ରୂପ ଦେବା ସମ୍ବନ୍ଧରେ ସମସ୍ତଙ୍କର ସହାୟତ ଲୋଡିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ