Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଞ୍ଚଳରେ ଚକଡାର ପ୍ରାର୍ଦୁଭାବ ସଙ୍କଟରେ ଚାଷୀକୂଳ

ବରପାଲି :ବରପାଲି ଅଞ୍ଚଳର ଚଳିତ ଧାନଚାଷରେ ଚକଡାର ଅନାୟସ ପ୍ରାର୍ଦୁଭାବ ବୃଦ୍ଧି ପାଉଥିବାରୁ ଚାଷୀକୂଳକୁ ବେହାଲ ଅବସ୍ଥାକୁ ପହଞ୍ଚିଯାଇଛି। ବର୍ତ୍ତମାନ ଧାନ ଚାଷ କାର୍ଯ୍ଯର ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ତ ମୁହୁର୍ତ୍ତ ରହିଥିବାସ୍ଥଳେ ବହୁସ୍ଥାନରେ ଧାନଗଛ ଗୁଡିକ ଗର୍ଭଣି ଅବସ୍ଥାରେ ରହିଛି। କେତେକ ସ୍ଥାନରେ ଧାନକେଣ୍ତା ମାନ ବାହାରି କ୍ଷିର ପିଇବା ଆରମ୍ଭ କଲାଣି। ଏହିପରି ସମ୍ବେଦନଶିଳ ସମୟରେ ଚକଡା ପୋକର ଦାଉ ଆରମ୍ଭ ହୋଇ ଅଞ୍ଚଳର ହଜାରହଜାର ଏକଡ ଚାଷଜମିକୁ ପ୍ରଭାବିତ କରିସାରିଲାଣି । ପୁର୍ବରୁ ବିଚରା ପୋକଦାଉରୁ ରକ୍ଷାପାଇବା ଆଶାରେ ବଜାରରୁ ବିଭିନ୍ନ କିଟନାଶକ ଔଷଧ ବ୍ଯବହାର କରି ନିରାଶ ହେବାକୁ ବାଧ୍ୟ ହେବାକୁ ହେଉଛି। ବଜାରରେ ମିଳୁଥିବା ବିଭିନ୍ନ କମ୍ପାନିର କିଟନାଶକ ଔଷଧ ମାନ କୌଣଷି କାମରେ ଆସୁନଥିବା ଜଣାପଡିଥିଲା। ଚାଷୀ ମାନେ କୃଷି ବିଭାଗିୟ କର୍ମଚାରୀଙ୍କ ନିକଟରୁ ମିଳିଥିବା ପରାମର୍ଶ ମଧ୍ଯ ନାକାମ ହେଉଥିବା ଦର୍ଶାଇଥିଲେ। ବ୍ଯବହୃତ ଔଷଧ ମାନ ନକଲି ହୋଇଥିବା ବେଳେ ଆଗକୁ ଆହୁରି ଭୟଙ୍କର ସ୍ଥିତିର ମୁକାବିଲା କରିବାକୁ ପଡିବ ବୋଲି ଆତଙ୍କିତ ସ୍ଥିତିରେ ପଡିଛି ଚାଷୀ। ଅଞ୍ଚଳର କାଇଁଶିର, ବାରଙ୍ଗପାଲି,ପାଟକୁଲୁଣ୍ତା,ସିକିର୍ଡି,ସତଲମା,ବିଶିପାଲି,ଖେମେଶରା,ଭଟିଗାଁ ସହ ଅନ୍ଯ ପଞ୍ଚାୟତ ମାନଙ୍କରେ ପୋକର ସଂକ୍ରମଣ ଦେଖିବାକୁ ମିଳୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ