Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନ କ୍ରାଫ୍ଟୋ ଗ୍ରୀଷ୍ମ କାଳୀନ ଶିବିର ଉଦଘାଟିତ

ବରପାଲି : ବରପାଲି ପ୍ରଧାନ କ୍ରାଫ୍ଟୋ ପାର୍କ କେନ୍ର୍ଦ ପରିସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ଗ୍ରୀଷ୍ମ କାଳୀନ ଶିବିର ସୁଭାରମ୍ଭ ହୋଇଯାଇଛି। ଅନୁଷ୍ଠାନ ପରିଚାଲିକା ସୁଶ୍ରୀ ବନ୍ଦିତା ପ୍ରଧାନଙ୍କ ତତ୍ବାଧାନରେ ପରିଚାଳିତ ଶିବିରରେ ୨୫ରୁ ଉର୍ଦ୍ଧ୍ଵ ଶିଶୁ ଶିକ୍ଷାର୍ଥି ସାମିଲ ହୋଇଛନ୍ତି। ଏହି ଅବସରରେ ଶିକ୍ଷାର୍ଥି ମାନଙ୍କୁ ଆୟୋଜକ ମାନଙ୍କ ଦ୍ବାରା ପୁଷ୍ପଗୁଚ୍ଛ ପ୍ରଦାନ ମାଧ୍ଯମରେ ସ୍ବାଗତ ସହ ପ୍ରବେସ ପର୍ବ ସମାପନ ହୋଇଥିଲା। ଅନୁଷ୍ଠାନ ପରିସରରେ ପୂଜାର୍ଚ୍ଚନା କାର୍ଯ୍ଯକ୍ରମ ଆୟୋଜକ ପ୍ରଶିକ୍ଷିକା ଓ ଶିକ୍ଷାର୍ଥି ମାନଙ୍କ ଦ୍ବାରା ପୂଷ୍ପାଞ୍ଜଳୀ ପର୍ବ ସହ ଆଶିର୍ବାଦ ଭିକ୍ଷା କରିଥିଲେ। ଶିବିର ସୁଭାରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ଗ୍ରୀଷ୍ମ କାଳିନ ପନ୍ଦର ଦିନିଆ ଶିବିର ପରିଚାଳନା ସମ୍ବନ୍ଧରେ ଆଲୋଚନା ହୋଇଥିଲା। ଆୟୋଜିତ ଶିବିରରେ ନାଚ, ସଂଗିତ,ଯୋଗ, ରଙ୍ଗୋଲି,ଡ୍ରଇଂ, ପେଣ୍ଟିଙ୍ଗ ବିଷୟ ଉପରେ ତାଲିମ୍ ଦିଆଯିବା ସହିତ ସଂଷ୍କାର ମୂଳକ ଆଚାରବିଚାର ଉପରେ ଜ୍ଞାନ ବିତରଣ କରାଯିବ ବୋଲି ତତ୍ବାଧାରକ ବନ୍ଦିତା ପ୍ରଧାନ ଉପସ୍ଥାପନ କରିଥିଲେ। ଛାତ୍ରଛାତ୍ରୀ ମାନେ ବେଶ ଉତ୍ସାହିତ ହୋଇ ନିଜର ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ