Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟାଳୟ ଓ ସମ୍ବଲପୁର ରେ ଜଣ୍ଡିସ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଯୁବ ମୋର୍ଚ୍ଚା ପକ୍ଷରୁ ରାଜସ୍ବ ମନ୍ତ୍ରୀଙ୍କୁ ଦାବି ପତ୍ର

ସମ୍ବଲପୁର:ଆଜି ଓଡିଶା ସରକାର ଙ୍କ ରାଜସ୍ବ ଓ ବିପର୍ଯ୍ୟାୟ ପରିଚାଳନା ବିଭାଗ ର କ୍ୟାବିନେଟ ମନ୍ତ୍ରୀ ଙ୍କ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ଅବସରେ ରେ ଯୁବ ମୋର୍ଚ୍ଚା ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପଶ୍ଚିମ ଓଡି଼ଶା ବିକାଶ ପରିଷଦ ଗଠନ କୁ ଦୀର୍ଘ ଦୁଇ ଦଶନଦ୍ଧି ରୁ ଉର୍ଦ୍ଧ୍ୱ ସମୟ ହେଲା ପରେ ମଧ୍ୟ ଆଜି ଯାଏଁ ତାର ମୁଖ୍ୟାଳୟ ଭୁବନେଶ୍ୱର ରେ ରହିଛି । ଏହାର ମୁଖ୍ୟାଳୟ କୁ ସମ୍ବଲପୁର କୁ ସ୍ଥାନାନ୍ତରିତ କରିବା ପାଇଁ ଯୁବ ମୋର୍ଚ୍ଚା ଦାବୀ କରିଛି । ଏହା ସହିତ ସମ୍ବଲପୁର ରେ ନିୟମିତ ବ୍ୟବଧାନ ରେ ଜଣ୍ଡିସ ଓ ହଇଜା ହେଉଛି । ଯାହା ଫଳ ରେ ଅଞ୍ଚଳବାସୀ ଦୁଃଖ କଷ୍ଟ ଯନ୍ତ୍ରଣା ପାଇବା ସଙ୍ଗେ ଲୋକଙ୍କ ଧନ ଜୀବନ ନଷ୍ଟ ହେଉଛି । ଏଣୁ ଏହାର ଶୀଘ୍ର ଓ ସ୍ଥାୟୀ ପ୍ରତିକାର ପାଇଁ ବ୍ୟବସ୍ଥା କରାଯାଉ ବୋଲି ଯୁବ ମୋର୍ଚ୍ଚା ଦାବୀ କରିଛି ।
ପୂର୍ବତନ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରିକନ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଦିଆ ଯାଇଥିବା ଏହି ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମ ରେ ସତୀଶ ଦୋରା, ବିକାଶ ଭୋଇ, ପର୍ଶୁରାମ ପଣ୍ଡା, ରାହୁଲ ମୋଦକ, ଅନିରୁଦ୍ଧ ଶର୍ମା, ସ୍ୱାଗତ ପଢି, ସୌରଭ ଦାନୀ, ବିଶ୍ୱଜିତ ବାଗ, ରାକେଶ ରାଉତ, ରିକି ବେହେରା ପ୍ରମୁଖ ସାମିଲ ଥିଲେ ।