Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହଟିବ ଜବରଦଖଲ,ଖଣି,ବାଲି ମାଫିଆଙ୍କୁ ନିସ୍ତାର ନାହିଁ-ମନ୍ତ୍ରୀ ସୁରେଶ ପୂଝାରୀ

ସମ୍ବଲପୁର:ମନ୍ତ୍ରୀ ଦେଇଛନ୍ତି ବଡ ବୟାନ।ସୁଉଚ୍ଚ ଅଟ୍ଟାଲିକାରୁ ଆରମ୍ଭ ହେବ ଜବର ଦଖଲ ଉଚ୍ଛେଦ ।ଖଣି,ଜମି,ବାଲି ମାଫିଆଙ୍କୁ ମିଳିବ ନାହିଁ ନିସ୍ତାର।ମନ୍ତ୍ରୀଙ୍କ ଏଭଳି ଚରମବାଣୀରେ ନିଜ ହଜି ଯାଇଛି ଅନେକଙ୍କ।
ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ବରଗଡ଼ ଗସ୍ତରେ ଆସିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ସହରସ୍ଥିତ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜିରା ବ୍ରିଜ୍‌ ରାସ୍ତାପାର୍ଶ୍ୱ ଜବରଦଖଲ ପ୍ରସଙ୍ଗ ସହିତ ବାଲି ଓ ଖଣି ମାଫିଆଙ୍କ ଦୌରାତ୍ମ୍ୟ ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣକୁ ନେଇ ମନ୍ତ୍ରୀ ଏଭଳି ଚରମବାଣୀ ର ଚେତାବନି ଶୁଣାଇଛନ୍ତି। ମନ୍ତ୍ରୀ ଜବରଦଖଲ ପ୍ରସଙ୍ଗକୁ ନେଇ କହିଥିଲେ, ରାଜ୍ୟ ସରକାର ଇତିମଧ୍ୟରେ ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶନାମା ଜାରି କରିସାରିଛନ୍ତି। ତେବେ ଯେଉଁ ଗରିବ ଲୋକ ଯାହା ଘରଡିହ ନାହିଁ ସେଭଳି ଯଦି କେହି ଅଳ୍ପ କିଛି ଜମିରେ ଘରଡିହ କରିଛି ତାହା ନୁହେଁ, ଶହ ଶହ ସରକାରୀ ଜମି ଜବରଦଖଲ କରିଛନ୍ତି। ଜବରଦଖଲ ଜମିକୁ ଭଡ଼ାରେ ଦେଇଛନ୍ତି।ଫଳରେ ସରକାରଙ୍କ ରାଜସ୍ବ ହାନି ଘଟୁଛି ।ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଜବରଦଖଲରେ ରହିଥିବା ସୁଉଚ୍ଚ ଅଟ୍ଟାଳିକାରୁ ହିଁ ଉଚ୍ଛେଦ ଆରମ୍ଭ ହେବ ବୋଲି ମନ୍ତ୍ରୀ ସୁରେଶ ପୂଝାରୀ କହିଛନ୍ତି।
ସେହିପରି ଖଣି, ବାଲି ଚୋରି ଉପରେ ଲଗାମ ଲଗାଇବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ ସୂଚନା ଦେଇଥିଲେ। ଖଣି, ରାଜସ୍ବ, ଜଳସମ୍ପଦ ଓ ଜଙ୍ଗଲ ବିଭାଗ ମଧ୍ୟରେ ସେନେଇ ବିଚାର ବିମର୍ଷ ଚାଲିଛି। ଆଗାମୀ ଦିନରେ ଖଣି, ବାଲି ମାଫିଆଙ୍କ ଯୁଗ ଶେଷ ହେବ ବୋଲି ପୂଜାରୀ ଚରମବାଣୀ ଶୁଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ