Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ବ୍ୟାସ ଜୟନ୍ତୀ ଓ ଗୁରୁପୂର୍ଣ୍ଣିମା ଅବସର ରେ ପୂଜ୍ୟ ପୂଜା ସମାରୋହ

ସମ୍ବଲପୁର:ବରଗଡ଼ ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ ଆନୁକୁଲ୍ୟରେ ସ୍ଥାନୀୟ ଖଜୁର ଟିକ୍ରାଠାରେ ପବିତ୍ର ବ୍ୟାସ ଜୟନ୍ତୀ ଓ ଗୁରୁ ପୂର୍ଣ୍ଣିମା ମହା ସମାରୋହ ରେ ପାଳିତ ହୋଇ ଯାଇଅଛି । ପରିଷଦ ର କାର୍ଯ୍ୟକାରୀ ସଭାପତି ପ୍ରମୋଦ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓ ସଭାପତି ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଆଦି ମାତା ମଠ ରେ ନାମ ସଙ୍କୀର୍ତ୍ତନ ଆରମ୍ଭ କରାଯାଇ ସଙ୍କୀର୍ତ୍ତନ୍ୟ ସଚେତନତାର ଏକ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା ।ତେବେ ଭାରତୀୟ ଗୁରୁ ପରମ୍ପରା କୁ ବଜାୟ ରଖି ଜିଲ୍ଲା ର ୧୨ଟି ବ୍ଲକ ରୁ ଆସିଥିବା ସଙ୍କିର୍ତ୍ତନ୍ୟ ଗୁରୁ ମାନଙ୍କ ପଦ ଧୈ।ତ କରି ପୂଜା କରାଯିବା ସହିତ ଜିଲ୍ଲା ସଙ୍କୀର୍ତ୍ତନ୍ୟ ପରିଷଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସର ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶିଳ୍ପପତି ବଜରଙ୍ଗ ଅଗ୍ରୱାଲ ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ।ମୁଖ୍ୟ ଆଲୋଚକ ଭାବେ ସାମ୍ବାଦିକ ବାଲାଜୀ ବିଭୁ ରଞ୍ଜନ ତରାସିଆ ଯୋଗ ଦେଇ ଜାତି ଧର୍ମ ବର୍ଣ୍ଣ ରୁ ବହୁ ଉର୍ଦ୍ଧ୍ବ ରେ ଗୁରୁ ବୋଲି ଅଭିହିତ କରି ଗୁରୁ ହିଁ ମଣିଷ ର ପ୍ରକୃତ ପଥ ପ୍ରଦର୍ଶକ ବୋଲି ଉଲ୍ଲେଖ କରିଥିଲେ। ବେଳେ ସମ୍ମାନିତ ଅତିଥି ଭାବେ ଗୋପାଳ ଦାଶ, ଡ.ଡୋଳା ମଣି ସତପଥି ,ସାମ୍ବାଦିକ ତୁଳସୀ ଚରଣ ଦାଶ,ଗୌରୀ ଶଙ୍କର ମହାପାତ୍ର,ରାମ ଚନ୍ଦ୍ର ସାହୁ, ଲଳିତ ମୋହନ ପଣ୍ଡା ,ସୁଶୀଲ ଦାଶ, ସଦାନନ୍ଦ ଦାଶ
ପ୍ରମୁଖ ମଞ୍ଚାସିନ ରହି ଗୁରୁ ପୂର୍ଣ୍ଣିମା ପାଳନ ର ମହତ୍ବ ବର୍ଣ୍ଣନା କରିଥିଲେ । ଏହି ଅବସର ରେ ପରମେଶ୍ବର ଭୁଏ,ଗୌରିଶଙ୍କର ମହାପାତ୍ର,ଖିରେଶ୍ୱର୍ ପଟେଲ,ଗୌରଚନ୍ଦ୍ର ସାହୁ,ମୁଖ୍ୟ ନିଧି ବେହେରା,ସଦାନନ୍ଦ ଦାଶ ମନୋଜ ଖମାରୀ ପ୍ରସନ୍ନ ଭୋଇ, ରାଜେନ୍ଦ୍ର ବେହେରା ପ୍ରମୁଖ ସଙ୍କୀର୍ତ୍ତନ୍ୟ ଗୁରୁ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଜିଲ୍ଲା ର ୧୨ ରୁ ଉର୍ଦ୍ଧ୍ବ ସଙ୍କୀର୍ତ୍ତନ୍ୟ ମଣ୍ଡଳୀ ଯୋଗ ଦେଇ ସଙ୍କୀର୍ତ୍ତନ ପରିବେଷଣ କରିବା ସହ ଗୁରୁ ପୂଜନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବା ବେଳେ ଜିଲ୍ଲା ର ୨୧ ଭାଗବତ ଟୁଙ୍ଗି କୁ ଭାଗବତ ଗ୍ରନ୍ଥ ପ୍ରଦାନ କରାଯାଇଥିଲା । ସଂସ୍କୃତ ଶିକ୍ଷକ ଗୋପବନ୍ଧୁ ପୁରୋହିତ ମଞ୍ଚ ପରିଚାଳନା କରିଥିବାବେଳେ ସମ୍ପାଦକ ପଣ୍ଡିତ ଜୟଦେବ ପଣ୍ଡା କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ
ସୁଶିଲ ଠାକୁର,ପଞ୍ଚାନନ ବାଗ,ସୁଶାନ୍ତ ସାହୁ ଭରତ ପ୍ରଧାନ ଶିବନାରୟଣ ଭୋଇ ,ଗୋରା ଚାନ୍ଦ ସାହୁ, ଗୁରୁ ମିନକେତନ ମେହେର,ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।