Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ବଲପୁର-୧ ରେ ପଦ ଅଳଙ୍କରଣ ମହୋତ୍ସବ

ସମ୍ବଲପୁର:ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ବଲପୁର-୧ ରେ ପଦ ଅଳଙ୍କରଣ ମହୋତ୍ସବ ୨୦୨୪/୨୫ ଚୟନ ହୋଇ ଯାଇଛି।ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ରଣରଞ୍ଜୟ ସିଂ ଓ ଉପାଧ୍ୟକ୍ଷ ବଳରାମ ମିଶ୍ର ଉପସ୍ଥିତ ରହି ନବ ଚୟନିତ ଛାତ୍ର ପରିଷଦ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।ନୂତନ ଚୟନ ହୋଇ ଥିବା ଛାତ୍ରଛାତ୍ରୀ ମାନେ ହେଲେ କେପଟେନ ସମ୍ବିଦ ସ୍ୱାଇଁ,ବିଦ୍ୟାଳୟ କେପଟେନ ମିସ ଭୂମିକା ବେହେରା,ହାଉସ କେପଟେନ(ଶିବାଜୀ) ତୁଷାର ସାହୁ ଓ ନିୟତି ପଟ୍ଟନାୟକ,(ଟାଇଗର) ହାଉସ କେପଟେନ ବିଶ୍ୱଭୂଷଣ ପ୍ରିୟଦର୍ଶୀ ପ୍ରଧାନ ଓ ଅପର୍ଣ୍ଣା ବାରିକ,ହାଉସ କେପଟେନ (ଅଶୋକା) ଶ୍ରବଣ ରାଜ ପଟେଲ ଓ ଶୃତି ସ୍ୱପ୍ନା ଗୁରୁ,ହାଉସ କେପଟେନ (ରମଣ) ହୀମେଶ ପ୍ରଧାନ ଓ ମାନସୀ ଦାଶ ସମେତ ମୋଟ୍ ୬୨ ଜଣ ସଦସ୍ୟଙ୍କୁ ପରିଚୟ ପ୍ରଦାନ ପୁର୍ବକ ସମ୍ମାନ କରାଯାଇଥିଲା।ଚାରୋଟି ହାଉସ ମାଷ୍ଟର ଓ ସହହାଉସ ମାଷ୍ଟରଙ୍କୁ ବେଜ ଓ ସଶେଷ ଦେଇ ସମ୍ମାନିତ କରାଗଲା ।ଏହି ଅବସରରେ ଚାରୋଟି ହାଉସ ମାଷ୍ଟର ଶିବାଜୀ ହାଉସ ଶ୍ରୀ ନିମାଇଁ ଚରଣ ବିଶ୍ୱାଳ,ଟଗର ହାଉସ ଲଷ୍ମୀପ୍ରସାଦ ବାଗ,ଅଶୋକା ସଦନ ନବକୃଷ୍ଣ ମିଶ୍ର,ରମଣ ସଦନ ହାଉସ ଶ୍ରୀ ଉମେଶ ଚନ୍ଦ୍ର ଦାଶ ପ୍ରମୁଖ ଅନ୍ୟ ଅନ୍ୟ ସଦନ ର ଶିକ୍ଷକ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ ।ବିଦ୍ୟାଳୟ କେପଟେନ ସମ୍ବିଦ ସ୍ୱାଇଁ ଓ ମିସ ଭୂମିକା ବେହେରା ଶପଥ ଗ୍ରହଣ ପରେ ନିଜ ଅଭିଭାଷଣ ରଖିଥିଲେ।ଏହି କାର୍ଯ୍ୟକ୍ରମ କୁ ସିସିଏ କୋଡ଼ିନେଟର ପ୍ରମୋଦ କୁମାର ସାହୁ ପରିଚାଳନା କରିଥିଲେ।ବିଦ୍ୟାଳୟର ଭାଇସ କେପଟେନ ମାଷ୍ଟର ଶ୍ରେୟାନ୍ସ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।